ଅମରାବତୀ: ଆନ୍ଧ୍ରପ୍ରଦେଶରେ ଗତ 10 ଘଣ୍ଟାରେ 23ଟି ନୂଆ କୋରୋନା ପଜିଟିଭ ମାମଲା ସ୍ପଷ୍ଟ ହୋଇଛି । ବୁଧବାର ସକାଳ 9ଟାରୁ ସନ୍ଧ୍ୟା 7ଟା ଭିତରେ ଏହି 23 ଜଣ ଲୋକଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହାସହ 3 ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି ।
ଏହି 23ଟି କେସ ମଧ୍ୟରୁ କୂର୍ଣ୍ଣୁଲରେ ସର୍ବାଧିକ 13ଟି ମାମଲା ରହିଛି । ଏହାପରେ ଗୁଣ୍ଟୁରରେ 4, କଡପାରେ 3, ନେଲ୍ଲୋରରେ 2 ଏବଂ ଅନନ୍ତପୁରମରେ ଗୋଟିଏ ପଜିଟିଭ ସ୍ପଷ୍ଟ ହୋଇଛି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 525 ଛୁଇଁଛି ।