ଅମରାବତୀ: କିମ୍ବଦନ୍ତୀ ଗାୟକ ଏସ୍ ପି ବାଲା ସୁବ୍ରମଣ୍ୟମଙ୍କୁ ଭାରତରତ୍ନ ପ୍ରଦାନ କରିବାକୁ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ସେପ୍ଟେମ୍ବର 25 ରେ ବାଲା ସୁବ୍ରମଣ୍ୟମଙ୍କ ପରଲୋକ ହୋଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିବା ଚିଠିରେ ସେ କହିଛନ୍ତି ଯେ, ଏହା ଏସପିବିଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଞ୍ଚ ଦଶନ୍ଧି ଧରି ଚାଲିଥିଲା ଏବଂ ଆମ ସ୍ମୃତିରେ ଚିରସ୍ମରଣୀୟ ହୋଇ ରହିବ । ଆମ ରାଜ୍ୟ ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାରେ ମହାନ ସଂଗୀତଜ୍ଞଙ୍କ ଜନ୍ମସ୍ଥାନ ହୋଇଥିବାରୁ ସେ ଭାଗ୍ୟବାନ୍ ବୋଲି ଚିଠିରେ ଉଲ୍ଲେଖ ରହିଛି ।