ହାଇଦ୍ରାବାଦ: ତିନି ଦିନ ତଳେ ହଜିଥିବା ସାତବର୍ଷର ଶିଶୁ କନ୍ୟାର ମୃତଦେହ ଉପ୍ପୁଟେରୁ କେନାଲ ପାଖରୁ ଏକ ଅଖାରେ ମିଳିଥିଲା । ସୋମବାର ଇନ୍ଦ୍ରାପାଲମ ନାଳ ପାଖରୁ ପୋଲିସ ମୃତଦେହ ଉଦ୍ଧାର କରିଥିଲା ।
ଗତ ଶୁକ୍ରବାର ଶ୍ୟାମ ପ୍ରସାଦଙ୍କ 7 ବର୍ଷୀୟ ଝିଅ ଦିପ୍ତୀ ଶ୍ରୀ ନିଖୋଜ ହୋଇଯାଇଥିଲେ । ସନ୍ଦେହ ଆଧାରରେ ପୋଲିସ ଶିଶୁର ସାବତ ମାକୁ ପଚରା ଉଚରା କରିଥିଲା । ତେବେ ସିସିଟିଭି ଫୁଟେଜ ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ କରଥିଲା । ଫୁଟେଜରେ ଦେଖାଯାଇଥିଲା ଯେ ଶିଶୁ କନ୍ୟା ଜଣକ ଖାଇବା ଛୁଟି ସମୟରେ ଜଣେ ମହିଳାଙ୍କ ସହ ସ୍କୁଲରୁ ବାହାରକୁ ଆସିଛି ।
ତେବେ ଦିପ୍ତୀର ସାବତ ମା ଶାନ୍ତି କୁମାରୀ ପଚରା ଉଚରା ସମୟରେ ନିଜ ଅପରାଧ ମାନି ନେଇଥିଲେ । ସ୍କୁଲର ଖାଇବା ଛୁଟି ସମୟରେ ଦିପ୍ତୀକୁ ଅପହରଣ କରି ନେଇ ତାକୁ ହତ୍ୟା କରିଥିବା କହିଥିଲା ଶାନ୍ତି ।