ଅମରାବତୀ : ନବଗଠିତ ଆନ୍ଧ୍ରପ୍ରଦେଶର ସ୍ଥାୟୀ ରାଜଧାନୀ ଅମରାବତୀରେ କରିବା ପାଇଁ ଚନ୍ଦ୍ରବାବୁ ନାଇଡ଼ୁ ନେଇଥିବା ପଦକ୍ଷେପକୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ ବିରୋଧ କରି ରାଜ୍ୟର ତିନିଟି ସ୍ଥାନରେ ରାଜଧାନୀ ନିର୍ମାଣ କରିବାକୁ ବିଧାନସଭାରେ ଏକ ପ୍ରସ୍ତାବ ପାରିତ କରିଛନ୍ତି। ତେବେ ରାଜ୍ୟ ରାଜଧାନୀର ବିକେନ୍ଦ୍ରୀକରଣ ପାଇଁ ଦିଆଯାଇଥିବା ବିଲ୍କୁ ସମ୍ମତି ପ୍ରଦାନ ନକରିବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି ବିଜେପି ରାଜ୍ୟ ୟୁନିଟ୍ ସଭାପତି କନ୍ନା ଲକ୍ଷ୍ମୀ ନାରାୟଣ । ଏନେଇ ସେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଚିଠି ଲେଖିଛନ୍ତି ।
ଆନ୍ଧ୍ରପ୍ରଦେଶ ସରକାର ଶନିବାର ଦିନ ରାଜ୍ୟପାଳଙ୍କ ସହମତି ପାଇଁ ରାଜଧାନୀ ବିକେନ୍ଦ୍ରୀକରଣ ବିଲ୍ ଏବଂ କ୍ୟାପିଟାଲ୍ ରିଜିଓନ୍ ଡେଭଲପମେଣ୍ଟ ଅଥରିଟି ରଦ୍ଦ ବିଲ୍ ପଠାଇଥିଲେ । ଏହାପରେ ରବିବାର ବିଜେପି ନେତାଙ୍କ ପକ୍ଷରୁ ଏଭଳି କରାଯାଇଛି ।