ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନକୁ ନେଇ ହୋଇଥିବା ହିଂସା ପରେ ଏବେ ସ୍ଥିତି ଧିରେ ଧିରେ ସୁଧୁରିବାରେ ଲାଗିଛି । ଠିକ ଏହି ସମୟରେ ଅନେକ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ହେବାକୁ ଯାଉଛି । ଶୁକ୍ରବାର ନମାଜ ପାଠକୁ ଦୃଷ୍ଟିରେ ରଖି ସମ୍ବେଦନଶୀଳ ଜିଲ୍ଲାଗୁଡିକରେ ପ୍ରଶାସନ ପକ୍ଷରୁ ଇଣ୍ଟରନେଟ ସେବା ବନ୍ଦ ପାଇଁ ଘୋଷଣା କରାଯାଇଛି ।
ଉତ୍ତରପ୍ରଦେଶର ସାହରନପୁର, ମିରଟ, ଆଗ୍ରା, ବୁଲନ୍ଦସହର, ଗାଜିୟାବାଦ ଓ ବିଜନୋର ସମେତ 14ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରହିଛି । ଏହା ବ୍ୟତିତ ଯଦି କେଉଁଠି ସାମ୍ପ୍ରଦାୟିକ ହିଂସା ଉପୁଜିବାର ସମ୍ଭାବନା ଥାଏ, ତେବେ ସେଠାରେ ଜିଲ୍ଲା ପ୍ରଶାସନକୁ ଇଣ୍ଟରନେଟ ସେବା ବନ୍ଦ କରିଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ୟୁପିର ଏହି ଜିଲ୍ଲାରେ ବନ୍ଦ ରହିବ ଇଣ୍ଟରନେଟ ସେବା
- ଶାମଲି: ସକାଳ 6ଟାରୁ ଅପରାହ୍ନ 4ଟା
- ବୁଲନ୍ଦସହର: ସଂଧ୍ୟ 6ଟାରୁ 28 ଡିସେମ୍ବର ସକାଳ 6ଟା
- ଆଗ୍ରା: 26 ଡିସେମ୍ବର ସକାଳ 8ଟାରୁ 27 ଡିସେମ୍ବର ସଂଧ୍ୟା 6ଟା
- ସମ୍ଭଲ: ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ
- ବିଜନୋର: 26 ଡିସେମ୍ବର ଦ୍ବିପହରରୁ 28 ଡିସେମ୍ବର ରାତି
- ସାହରନପୁର: ଆଜିଠୁ ଆଗାମୀ 48 ଘଣ୍ଟା ପର୍ଯ୍ୟନ୍ତ
- ମୁଜାଫରନଗର: 18 ଡିସେମ୍ବରରୁ ବନ୍ଦ ରହିଛି
- ଫିରୋଜାବାଦ: 20 ଡିସେମ୍ବରରୁ ବନ୍ଦ ରହିଛି
- ମଥୁରା: ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ
- ଗାଜିୟାବାଦ: ରାତି 10ଟାରୁ ଆଗାମୀ 24 ଘଣ୍ଟା ପର୍ଯ୍ୟନ୍ତ
- କାନପୁର: 26 ଡିସେମ୍ବର ରାତି 9ଟାରୁ ବନ୍ଦ ରହିଛି
- ଆଲିଗଡ: 26 ଡିସେମ୍ବର ରାତି 12ଟାରୁ 27 ଡିସେମ୍ବର ସଂଧ୍ୟା 5ଟା ପର୍ଯ୍ୟନ୍ତ
- ସୀତାପୁର: ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ