ମୁମ୍ବାଇ : ସିଏଏ ବିରୋଧରେ ମୁମ୍ବାଇରେ ଚାଲିଥିବା ବିକ୍ଷୋଭ ପ୍ରଦର୍ଶନକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି । କୋଭିଡ-19ର ବଢୁଥିବା ପ୍ରଭାବକୁ ଦୃଷ୍ଟିରେ ରଖି ମୋର୍ଲାଣ୍ଡ ରୋଡରେ ଦିର୍ଘ 50 ଦିନହେଲା ଚାଲିଆସୁଥିବା ଏହି ପ୍ରଦର୍ଶନକୁ ସାମୟିକ ଭାବେ ବନ୍ଦ କରାଯାଇଥିବା ଜଣାପଡିଛି । ଜୋନାଲ ଡିସିପି ଅଭିନାଶ କୁମାର କହିଛନ୍ତି ଯେ କୋରୋନା ଭାଇରସ ବିସ୍ତାରକୁ ଦୃଷ୍ଟିରେ ରଖି ମହିଳା ବିରୋଧ ପ୍ରଦର୍ଶନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି।
ମୁମ୍ବାଇରେ ସିଏଏ ବିରୋଧ ପ୍ରଦର୍ଶନ ବନ୍ଦ - କୋରୋନା ପ୍ରଭାବ ବନ୍ଦ ମୁମ୍ବାଇ ସିଏଏ ଧାରଣା
ମୁମ୍ବାଇରେ ଚାଲିଥିବା ସିସିଏ ବିରୋଧ ପ୍ରଦର୍ଶନକୁ ବନ୍ଦ କରିଦିଆଯାଇଛି । କୋରୋନା ପ୍ରଭାବକୁ ଦୃଷ୍ଟିରେ ରଖି ଏହି ନିସ୍ପତ୍ତି ନିଆଯାଇଥିବା ଜଣାପଡିଛି । ଅଧିକ ସୂଚନା ପାଇଁ ପଢନ୍ତୁ ...

ମୁମ୍ବାଇରେ ସିଏଏ ବିରୋଧ ପ୍ରର୍ଦଶନକୁ ବନ୍ଦ
ଅନ୍ୟପଟେ ଦିଲ୍ଲୀର ଶାହୀନବାଗରେ ସିଏଏ ବିରୋଧୀ ପ୍ରଦର୍ଶନକାରୀଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି। ଯଦିଓ ସେହି ସ୍ଥାନରେ ବିକ୍ଷୋଭକାରୀ ଅଛନ୍ତି ତଥାପି ସେମାନଙ୍କ ମଧ୍ୟରୁ ଅନେକ ମାସ୍କ ପିନ୍ଧିଛନ୍ତି ଏବଂ ମାରାତ୍ମକ ଜୀବାଣୁ ବିସ୍ତାର ହେବାର ସମ୍ଭାବନାକୁ ଦୂର କରିବା ପାଇଁ ଦୂରତା ବଜାୟ ରଖିଥିଲେ। ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିବାବେଳେ ଲୋକଙ୍କୁ ଘରୁ ବାହାରକୁ ଯିବାକୁ ବାରଣ କରିଛନ୍ତି ।
@ANI