ଓଡିଶା

odisha

ସେପ୍ଟେମ୍ବର 25ରେ ପୁଣି ଏକ ଲକଡାଉନ ଖବରକୁ ଖଣ୍ଡନ କଲେ କେନ୍ଦ୍ର ସରକାର

By

Published : Sep 15, 2020, 9:10 AM IST

ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (NDMA) ସେପ୍ଟେମ୍ବର 25 ରୁ କେନ୍ଦ୍ରକୁ ଅନ୍ୟ ଏକ ତାଲା ବନ୍ଦ ପକାଇବାକୁ ସୁପାରିଶ କରିଥିବା ରିପୋର୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଥିସହ NDMA ର ଏହା ଆଦେଶ ବୋଲି ଏକ ସ୍କ୍ରିନସଟ ମଧ୍ୟ ପ୍ରକାଶ ପାଇଥିଲା । ଅଧିକ ପଢନ୍ତୁ...

ସେପ୍ଟେମ୍ବର 25 ରେ ପୁଣି ଏକ ଲକଡାଉନ ଖବରକୁ ଖଣ୍ଡନ କଲେ କେନ୍ଦ୍ର ସରକାର
ସେପ୍ଟେମ୍ବର 25 ରେ ପୁଣି ଏକ ଲକଡାଉନ ଖବରକୁ ଖଣ୍ଡନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଲକଡାଉନ ଗୁଜବକୁ ଖଣ୍ଡନ କଲେ କେନ୍ଦ୍ର ସରକାର । ଦେଶରେ ସଂକ୍ରମଣ ମାମଲା ବଢୁଥିବା ନେଇ ସେପ୍ଟେମ୍ବର 25 ପୁଣି ଏକ ଲକଡାଉନ ନେଇ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା କଥା ସମ୍ପୂର୍ଣ୍ଣ ମିଥ୍ୟା । ଏଥିରେ କୌଣସି ସତ୍ୟତା ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । ଏହି ଖବରକୁ ପ୍ରେସ ଇନଫରମେସନ ବ୍ୟୁରୋ(ପିବିଆଇ) ଫେକ୍‌ ନ୍ୟୁଜ ବୋଲି କହିଛି ।

ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (NDMA) ସେପ୍ଟେମ୍ବର 25 ରୁ କେନ୍ଦ୍ରକୁ ଅନ୍ୟ ଏକ ତାଲା ବନ୍ଦ ପକାଇବାକୁ ସୁପାରିଶ କରିଥିବା ରିପୋର୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଥିସହ NDMA ର ଏହା ଆଦେଶ ବୋଲି ଏକ ସ୍କ୍ରିନସଟ ମଧ୍ୟ ପ୍ରକାଶ ପାଇଥିଲା ।

ଦେଶରେ ବଢୁଥିବା ସଂକ୍ରମଣ ମାମଲା ଓ ମୃତ୍ୟୁହାରକୁ ନେଇ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରଣାଳୟକୁ ମିଳିତ ଭାବେ ଯୋଜନା କମିଶନ ଓ NDMA ନିର୍ଦ୍ଦେଶ ଦିଆଯାଇଥିବା ଭାଇରାଲ ପୋଷ୍ଟରେ କୁହାଯାଇଥିଲା । ଆଉ ଏହି ଲକଡାଉନ 46 ଦିନ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ଦେଶରେ ଅତ୍ୟାବଶ୍ୟକ ଦ୍ରବ୍ୟର ଯୋଗାଣ ଶୃଙ୍ଖଳା ବଜାୟ ରଖିବାକୁ NDMA ନିର୍ଦ୍ଦେଶ ଦିଆଯାଇଥିବା କୁହାଯାଇଥିଲା । ଏହି ଖବର ଉପରେ ପିବିଆଇ କହିଛି, NDMA ପକ୍ଷରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେମିତି କୌଣସି ନିର୍ଦ୍ଦେଶ ଯାଇନାହିଁ ।

ଦେଶରେ କୋରୋନା ବ୍ୟାପିବା ପରେ ମାର୍ଚ୍ଚ 24 ରେ ଦେଶବ୍ୟାପୀ ଲକଡାଉନ କରାଯାଇଥିଲା । ଦୀର୍ଘ 2 ମାସ ତାଲା ବନ୍ଦ ନିୟମ ପାଳନ କରିବା ପରେ ଧୀରେ ଧୀରେ ଏହାକୁ ହଟାଯାଇଛି । ଜୀବନ-ଜୀବିକା ସ୍ବାଭାବିକ କରିବାକୁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।

ABOUT THE AUTHOR

...view details