ଓଡିଶା

odisha

ETV Bharat / bharat

'ପି-8 ଆଇ' ବିମାନ ନୌସେନାରେ ସାମିଲ

ଭାରତୀୟ ନୌସେନାରେ ସାମିଲ ହେଲା ଆଉ ଏକ ପି-8 ଆଇ(P-8I) ପାଟ୍ରୋଲିଂ ବିମାନ। ଏହି ବିମାନ ପାଇଁ 2009 ମସିହାରେ ଆମେରିକା ସହ ଭାରତ ଚୁକ୍ତି କରିଥିଲା। ଅଧିକ ପଢନ୍ତୁ...

By

Published : Nov 18, 2020, 10:50 PM IST

ଆଉ ଏକ ପି-8 ଆଇ ବିମାନ ଜଳସେନାରେ ସାମିଲ
ଆଉ ଏକ ପି-8 ଆଇ ବିମାନ ଜଳସେନାରେ ସାମିଲ

ନୂଆଦିଲ୍ଲୀ:ଭାରତୀୟ ନୌସେନାରେେ ସାମିଲ ହେଲା ଆଉ ଏକ ପି-8 ଆଇ(P-8I) ପାଟ୍ରୋଲିଂ ବିମାନ। ଏହି ବିମାନ ପାଇଁ 2009 ମସିହାରେ ଆମେରିକା ସହ ଭାରତ ଚୁକ୍ତି କରିଥିଲା। ପ୍ରଥମ ପର୍ଯ୍ୟାୟରେ ଆମେରିକାଠାରୁ ଏହିଭଳି 9ଟି ବିମାନ ଭାରତ ଆଣିବାକୁ ଚୁକ୍ତି ସ୍ବାକ୍ଷର ହୋଇଥିଲା। ଏହି 9ଟି ବିମାନ ଭାରତୀୟ ନୌସେନାରେ ସାମିଲ ହୋଇସାରିଛି। ତେବେ ଏହାର କାର୍ଯ୍ୟଦକ୍ଷତାକୁ ନଜର ରଖିେ 2016 ମସିହାରେ ଆଉ 4ଟି ବିମାନ ପାଇଁ ଭାରତ ଆମେରିକା ସହ ଚୁକ୍ତି କରିଥିଲା। ଏହି ବିମାନ କିଣିବାକୁ ଆମେରିକା ସହ ଭାରତ 2.1 ବିଲିୟନ ଡଲାରର ଚୁକ୍ତି କରିଥିଲା।

ବୁଧବାର ଏହି ବିମାନ ଗୋଆର ହାଂସା ବନ୍ଦରରେ ଅବତରଣ କରିଛି। ଏହି ବିମାନ ଭାରତ ମହାସାଗର ସହ ଲଦ୍ଦାଖ ସୀମାନ୍ତରେ ପାଟ୍ରୋଲିଂ କରିବ ବୋଲି ସୂଚନା ମିଳିଛି। ପୂର୍ବରୁ ଏହି ମଡେଲର 9ଟି ବିମାନ ଭାରତୀୟ ନୌସେନାରେ ସାମିଲ ହୋଇ ସାରିଥିଲା। ତାମିଲାନାଡ଼ୁର ଆର୍କୋଲାମ ବନ୍ଦରେ ଏହି ବିମାନଗୁଡ଼ିକ ରହିଥିଲା। ଏହାପରେ ଦେଶର ସୀମାରେ ପାଟ୍ରୋଲିଂ କରୁଥିଲା। ଗତ ଜୁଲାଇ ମାସରେ ଏହାର ଆଉ ବିକଶିତ ସାମିଲ ହେବାକୁ ଥିବା ବେଳେ କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ପି-8 ଆଇ(P-8I) ପାଟ୍ରୋଲିଂ ବିମାନ ଭାରତ ଆସି ପାରିନଥିଲା।

ଏହି ବିମାନ ଲୁଚି ରହିଥିବା ବୁଡ଼ା ଜାହାଜ ବା ଅନ୍ୟାନ ହଥିଆରକୁ ଖୋଜି ବାହାର କରିବାରେ ପାରଙ୍ଗମ ରହିଛି । ଏହି ବିମାନରେ ଇଲେକ୍ଟ୍ରୋ ଅପ୍ଟିକ ସେନ୍ସର ରହିଛି । ଆଧୁନିକ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ଏହି ବିମାନ ସାମିଲ ହେବା ଦ୍ବାରା ଜଳସେନାର ଶକ୍ତି ବୃଦ୍ଧି ପାଇଛି । ଏହି ବିମାନ ବିକଶିତ ହେବା ପରେ ପ୍ରଥମ କରି ଭାରତ ଏହାକୁ କିଣିବାକୁ ସମର୍ଥ ହୋଇଥିଲା। ବାକିଥିବା 3ଟି ବିମାନ 2021 ମସିହାରେ ଆମେରିକା ଭାରତକୁ ଦେବା ନେଇ ସୂଚନା ମିଳିଛି । ଏହି ବିମାନ ଜଳସେନାକୁ ମିଳିବା ଦ୍ବାରା ସୁରକ୍ଷାବାହିନୀର ପାଟ୍ରୋଲିଂ କ୍ଷମତା ବଢିବ ବୋଲି ସୂଚନା ଦେଇଛନ୍ତି ଜଣେ ବରିଷ୍ଠ ଜଳସେନା ଅଧିକାରୀ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details