ଓଡିଶା

odisha

ETV Bharat / bharat

'କୋରୋନା ଯୋଦ୍ଧା' ଅସଲମ, ଦେଶ ସେବା ଆଗରେ ବିବାହକୁ କଲେ ତୁଚ୍ଛ - ଉତ୍ତରାଖଣ୍ଡ ନୈନିତାଲର ଅସଲମ

ଉତ୍ତରାଖଣ୍ଡ ନୈନିତାଲ ଜିଲ୍ଲାର ଅସଲମ ଅହମ୍ମଦଙ୍କ ବିବାହ 19 ଏପ୍ରିଲ ତଥା ରବିବାର ସ୍ଥିର ହୋଇଥିଲା, କିନ୍ତୁ ସେ ନିଜ କର୍ତ୍ତବ୍ୟ ପାଇଁ ଏହାକୁ ସ୍ଥଗିତ ରଖିଛନ୍ତି । ଅଧିକ ପଢନ୍ତୁ...

Corona Warrier
କୋରୋନା ଯୋଦ୍ଧା

By

Published : Apr 20, 2020, 12:11 PM IST

ଡେରାଡୁନ: ବିବାହ ସମସ୍ତଙ୍କ ଜୀବନରେ ଏକ ଖୁସିର ମୁହୂର୍ତ୍ତ, ଯାହାକୁ ଉତ୍ସାହର ସହିତ ଅପେକ୍ଷା କରାଯାଇଥାଏ । କିନ୍ତୁ ଉତ୍ତରାଖଣ୍ଡର କାଶୀପୁରରେ ଦାୟିତ୍ବରେ ଥିବା ଜଣେ ପୋଲିସ କର୍ମୀ ଅସଲମ ଅହମ୍ମଦ, ତାଙ୍କ ବିବାହ ଆଉ ଦେଶ ପ୍ରିତି ଭିତରେ ସେ ତାଙ୍କ କର୍ତ୍ତବ୍ୟକୁ ବାଛିଛନ୍ତି । ଯାହା ଖୁବ ଅଳ୍ପ ଲୋକଙ୍କ ମଧ୍ୟରେ ଏପରି କର୍ତ୍ତବ୍ୟ ନିଷ୍ଠତା ଦେଖିବାକୁ ମିଳିଥାଏ ।

ସୂଚନାମୁତାବକ, 'କୋରୋନା ୱାରିଅର୍' ଅସଲମ ଅହମ୍ମଦ ନୈନିତାଲ ଜିଲ୍ଲାର କାଲାଡୁଙ୍ଗି ଧାମୋଲା ଗାଁର ବାସିନ୍ଦା । ଅସଲମଙ୍କ ଅନୁଯାୟୀ ତାଙ୍କ ପୋଷ୍ଟିଂ ମାର୍ଚ୍ଚ 1, 2019 ରେ କାଶିପୁର କୋତବାଲିରେ ହୋଇଥିଲା। ତାଙ୍କ ବିବାହ ଏପ୍ରିଲ 19 ରେ କାଶିପୁରର ମୋହାଲା କୋଟାରତାଲ ନିବାସୀ ରସିଦା ଅନସାରୀଙ୍କ ସହ ସ୍ଥିର ହୋଇଥିଲା।

ଅସଲାମ ତିନି ଭାଇଙ୍କ ମଧ୍ୟରୁ ସବୁଠୁ ବଡ ଅଟନ୍ତି । ସେହିପରି ରସିଦା 6 ଭାଇଭଉଣୀଙ୍କ ମଧ୍ୟରୁ ସଭା ସାନ । ବର୍ତ୍ତମାନ ଦୁହେଁ ପାରସ୍ପରିକ ସହମତି ଅନୁଯାୟୀ ସେମାନଙ୍କ ବିବାହକୁ ସ୍ଥଗିତ ରଖିଛନ୍ତି। ସେମାନେ କହିଛନ୍ତି ଯେ ଦେଶ ପ୍ରଥମେ, ପରେ ବିବାହ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details