ପୁନେ: ଲୋକପାଳ ନିଯୁକ୍ତି ଦିଅ ନହେଲେ ମିଳିଥିବା ସମ୍ମାନ ଫେରାଇବି ବୋଲି ଧମକ ଦେଇଛନ୍ତି ସମାଜସେବୀ ଆନ୍ନା ହଜାରେ । ଲୋକପାଳ ନିଯୁକ୍ତି ନେଇ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିବା ଆନ୍ନା ନିକଟରେ ଏହି ପ୍ରସଙ୍ଗ ନେଇ ପୁଣିଥରେ ଅନଶନରେ ବସିଛନ୍ତି । ତେବେ ସରକାର ତାଙ୍କ ଦାବି ପ୍ରତି ଧ୍ୟାନ ଦେଉନଥିବାରୁ ସେ ପାଇଥିବା "ପଦ୍ମ ଭୂଷଣ" ସମ୍ମାନକୁ ଫେରାଇବେ ବୋଲି ଧମକ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ ଦେଶର ଲୋକପାଳ ନିଯୁକ୍ତିରେ ଅହେତୁକ ବିଳମ୍ବ ଘଟୁଥିବା ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଆନ୍ନା ହଜାରେ । କେନ୍ଦ୍ରରେ ଲୋକପାଳ ଓ ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତିକୁ ନେଇ ଦୀର୍ଘ ଦିନରୁ ଦାବି କରି ଆସୁଛନ୍ତି ଭ୍ରଷ୍ଟାଚାର ବିରୋଧୀ ଆନ୍ନା ହଜାରେ । ତେବେ ସରକାର ତାଙ୍କୁ ଉପେକ୍ଷା କରିବା ସହ ତାଙ୍କ ଦାବି ପ୍ରତି ନଜର ଅନ୍ଦାଜ କରୁଥିବା ଅଭିଯୋଗ କରି ଆନ୍ନା ପୁଣିଥରେ ଅନଶନରେ ବସିଛନ୍ତି । ଏଥର ସରକାର ତାଙ୍କ ଦାବି ନ ଶୁଣିଲେ ସେ ଆସନ୍ତା ଫେବୃୟାରୀ ୮ କିମ୍ବା ୯ ତାରିଖରେ ପାଇଥିବା "ପଦ୍ମ ଭୂଷଣ"କୁ ଫେରାଇ ଦେବେ ବୋଲି ଧମକ ଦେଇଛନ୍ତି ।