ଓଡିଶା

odisha

ETV Bharat / bharat

7ମ ଦିନରେ ଆନ୍ନାଙ୍କ ଅନଶନ, ଅନୁରୋଧ ସତ୍ତ୍ବେ ହଟୁନାହାନ୍ତି - national

ଆନ୍ନାଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଓ କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହ ପ୍ରମୁଖ ସାକ୍ଷାତ କରିଛନ୍ତି । ଏହାସହ ତାଙ୍କୁ ଅନଶନରୁ ଓହରିବା ପାଇଁ ସେମାନେ ଅନୁରୋଧ କରିଥିବା ଜଣାପଡିଛି । ଆନ୍ନା ତାଙ୍କ ଅନଶନକୁ ରାଜନେତାଙ୍କ ପ୍ରବେଶକୁ ବିରୋଧ କରିଥିବାବେଳେ କୌଣସି ରାଜନେତା ଏଠାକୁ ଆସୁନାହାନ୍ତି ।

ଡିଜାଇନ ଫଟୋ

By

Published : Feb 6, 2019, 7:29 PM IST

ନୂଆଦିଲ୍ଲୀ: ଲୋକପାଳ ନିଯୁକ୍ତି ଦାବିରେ ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ଆମରଣ ଅନଶନ ଆଜି 7ମ ଦିନରେ ପହଞ୍ଚିଛି । ଅନଶନ ଯୋଗୁଁ ତାଙ୍କ ଶରୀର କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ସେ 4.25 କିଲୋ ଓଜନ ଝଡିଯାଇଥିବା ସୂଚନା ମିଳିଛି । ହେଲେ ନିଜ ଦାବିରେ ଅଟଳ ଅଛନ୍ତି ଆନ୍ନା । ଏପର୍ଯ୍ୟନ୍ତ କେନ୍ଦ୍ର ସରକାର କୌଣସି ପ୍ରକାର ପ୍ରତିକ୍ରିୟା ଦେଉନଥିବାବେଳେ ଆନ୍ନାଙ୍କ ସମର୍ଥକ ମହଲରେ ଅସନ୍ତୋଷ ଦେଖାଦେଇଛି ।

ତେବେ ଆଜି ଆନ୍ନାଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଓ କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହ ପ୍ରମୁଖ ସାକ୍ଷାତ କରିଛନ୍ତି । ଏହାସହ ତାଙ୍କୁ ଅନଶନରୁ ଓହରିବା ପାଇଁ ସେମାନେ ଅନୁରୋଧ କରିଥିବା ଜଣାପଡିଛି । ଆନ୍ନା ତାଙ୍କ ଅନଶନକୁ ରାଜନେତାଙ୍କ ପ୍ରବେଶକୁ ବିରୋଧ କରିଥିବାବେଳେ କୌଣସି ରାଜନେତା ଏଠାକୁ ଆସୁନାହାନ୍ତି । ଅନ୍ୟପକ୍ଷରେ ଆନ୍ନାଙ୍କ ଅନଶନକୁ ସରକାର ଆଲୋଚନା ପାଇଁ ଆସୁନଥିବାରୁ ଶିବସେନା ଏହାର ସମାଲୋଚନା କରିଛି । ଶିବସେନା ପକ୍ଷରୁ କୁହାଯାଇଛି ଯେ ସରକାରଙ୍କୁ ପ୍ରଥମେ ଆନ୍ନାଙ୍କ ଜୀବନ ବଞ୍ଚାଇବାକୁ ପଡିବ ଏବଂ ପରେ ଅନ୍ୟ କଥା ଚିନ୍ତା କରିବା ଉଚିତ । ଆନ୍ନା ଅନଶନରୁ ଓହରି ଆନ୍ଦୋଳନର ନେତୃତ୍ବ ନେଲେ ଏହା ଅଧିକ ଫଳପ୍ରଦ ହେବ ବୋଲି ଶିବସେନା କହିଛି ।

ସୂଚନାଯୋଗ୍ୟ ଯେ ୮୧ ବର୍ଷୀୟ ଆନ୍ନା କହିଛନ୍ତି ଯେ ୨୦୧୪ ମସିହାରେ ବିଜେପି ତାଙ୍କୁ ବ୍ୟବହାର କରିଥିଲା । ସମସ୍ତେ ଜାଣନ୍ତି ଲୋକପାଳ ପାଇଁ ତାଙ୍କ ଆନ୍ଦୋଳନ ବିଜେପି ଏବଂ ଆପକୁ କ୍ଷମତାକୁ ଆଣିଥିଲା । କିନ୍ତୁ କେନ୍ଦ୍ର ସରକାର ଏବେ ତାଙ୍କୁ ଭୁଲି ଯାଇଛନ୍ତି । ବିଜେପି ସରକାର ଦେଶକୁ ଭୁଲ ବାଟରେ ନେଇ ଯାଉଥିବାବେଳେ ମହାରାଷ୍ଟ୍ର ସରକାର ମଧ୍ୟ ଗତ ୪ ବର୍ଷ ଧରି କେବଳ ମିଛ କହୁଛନ୍ତି । ଏପରିକି ସରକାର ତାଙ୍କ ପ୍ରତିଶ୍ରୁତି ପୁରଣ ନକଲେ ସେ ପାଇଥିବା "ପଦ୍ମ ଭୂଷଣ" ସମ୍ମାନ ଫେରାଇ ଦେବେ ବୋଲି ଧମକ ଦେଇଛନ୍ତି । ଏହାସହ ତାଙ୍କର କିଛି ଘଟିଲେ ଏଥିପାଇଁ ମୋଦି ସରକାର ହିଁ ଦାୟୀ ରହିବେ ବୋଲି ସେ କହିଛନ୍ତି ।

ABOUT THE AUTHOR

...view details