ମୁମ୍ବାଇ: ମହାରାଷ୍ଟ୍ରରେ ଏବେ ପ୍ରବଳ ବର୍ଷା ଜାରି ରହିଛି । ପୁରା ରାଜ୍ୟର ଅନେକ ସହର ଏବେ ଜଳବନ୍ଦୀ । ଏହି ସମୟରେ ପାଲଘର ଜିଲ୍ଲାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । 'ଆପେ ବଞ୍ଚିଲେ ବାପାର ନାଁ' ନ୍ୟାୟରେ 4 ଗାଈ ପୋଲ ତଳକୁ ଖସିପଡ଼ି ମୃତ୍ୟୁ ମୁଖରେ ପଡ଼ିଥିବା ବେଳେ ଅନ୍ୟ ଏକ ଗାଈ ଘଟଣାସ୍ଥଳରୁ ଫେରି ଆସି ଜୀବନ ରକ୍ଷା କରିପାରିଛି । ତେବେ ଏହାର ଏକ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି ।
ବଦଳିଲା ଉଦ୍ଦେଶ୍ୟ, ବଞ୍ଚିଲା ଜୀବନ
ବଦଳିଲା ଉଦ୍ଦେଶ୍ୟ, ବଞ୍ଚିଲା ଜୀବନ । ଚାରୋଟି ଗାଈ ବଢି ପାଣିରେ ଭାସିଯିବା ଦେଖି ଆଉ ଗୋଟିଏ ଗାଈ ନିଜର ଉଦ୍ଦେଶ୍ୟ ବଦଳାଇ ଜୀବନ ବଞ୍ଚାଇ ପାରିଛି । ମହାରାଷ୍ଟ୍ରରେ ପ୍ରବଳ ବର୍ଷା କାରଣରୁ ଚାରିଆଡ଼େ ଜଳମଗ୍ନ ପରିସ୍ଥିତି ପ୍ରାୟ । ଆଉ ଏଭଳି ସ୍ଥଳେ ମଣିଷ ସହିତ ପଶୁପକ୍ଷୀ ମଧ୍ୟ ସମସ୍ୟାର ସାମ୍ନା କରୁଥିବା ଦେଖିବାକୁ ମିଳିଛି ।
ଏହି ଘଟଣାଟି ଘଟିଛି ପାଲଘର ଜିଲ୍ଲାର ସୂର୍ଯ୍ୟା ନଦୀ ଉପରେ । ପ୍ରବଳ ବର୍ଷାରେ ସୂର୍ଯ୍ୟା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ପରିସ୍ଥିତିରେ ବନ୍ୟା ପାଣି ପୋଲ ଉପର ଦେଇ ପ୍ରବାହିତ ହେଉଛି । ଏହି ସମୟରେ 5ଟି ଗାଈ ଆଗପଛ ହୋଇ ଉକ୍ତ ପୋଲଟିକୁ ଅତିକ୍ରମ କରିବାକୁ ଚେଷ୍ଟା କରିଥିଲେ ।
ତେବେ ଏହି ସମୟରେ ପୋଲ ଉପରେ ରାସ୍ତା ନ ପାଇ ଆଗପଛ ହୋଇ ଯାଉଥିବା ଗାଈ ଗୋଟିଏ ପରେ ଗୋଟିଏ ପୋଲ ତଳକୁ ଖସିପଡ଼ି ବଢି ପାଣିରେ ଭାସି ଯାଇଥିଲେ । ତେବେ ଏହା ଦେଖି ଅନ୍ୟ ଏକ ଗାଈ ଆଗକୁ ନଯାଇ ପଛକୁ ଫେରିଥିଲା । ବଦଳିଲା ଉଦ୍ଦେଶ୍ୟ, ବଞ୍ଚିଲା ଜୀବନ । ଆଉ ନିଜ ଜୀବନ ବଞ୍ଚାଇ ସେଠାରୁ ଫେରିଥିଲା । ଆଉ ଏହାର କେହି ଭିଡ଼ିଓ କରି ଭାଇରାଲ କରିଛି । ଯାହା ପ୍ରବଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।