ଓଡିଶା

odisha

'ଷଣ୍ଢ ଆଗରେ ଲାଲ ଗାମୁଛା ଦେଖାଇବା ଯାହା ମମତାଙ୍କ ଆଗରେ ଜୟ ଶ୍ରୀରାମ କହିବା ତାହା'

By

Published : Jan 24, 2021, 4:52 PM IST

ନେତାଜୀଙ୍କ 125 ତମ ଜୟନ୍ତୀ ପାଳନ ଅବସରରେ କୋଲକାତାର ଆୟୋଜିତ କାର୍ଯ୍ୟକ୍ରମରେ ଜୟ ଶ୍ରୀରାମ ନାରା ଲାଗିଥିଲା । ଏହାକୁ ବିରୋଧ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଷଣ ଦେବା ପାଇଁ ମନା କରିଦେଇଥିଲେ। । ଏହାକୁ ନେଇ ହରିୟାଣାର ଗୃହମନ୍ତ୍ରୀ ଅନିଲ ଭିଜ ମମତାଙ୍କୁ ଆକ୍ଷେପ କହିଛନ୍ତି । ଅଧିକ ପଢନ୍ତୁ...

ANIL VIJ TWEET ON MAMTA BANERJEE
ଅବସରପ୍ରାପ୍ତ ଶିକ୍ଷକ , କଣ୍ଟାବାହାଳ

ଚଣ୍ଡିଗଡ: 23 ଜାନୁୟାରୀରେ ସାରା ଦେଶରେ ନେତାଜୀଙ୍କ 125 ତମ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ଆୟୋଜିତ କାର୍ଯ୍ୟକ୍ରମରେ ଜୟ ଶ୍ରୀରାମ ନାରା ଲାଗିଥିଲା । ଏହାକୁ ବିରୋଧ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଷଣ ଦେବା ପାଇଁ ମନା କରିଦେଇଥିଲେ। ଏହାକୁ ନେଇ ହରିୟାଣାର ଗୃହମନ୍ତ୍ରୀ ଅନିଲ ଭିଜ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆକ୍ଷେପ କରିଛନ୍ତି ।

'ଷଣ୍ଡ ଆଗରେ ଲାଲ ଗାମୁଛା ଦେଖାଇବା ଯାହା ମମତାଙ୍କ ଆଗରେ ଜୟ ଶ୍ରୀରାମ କହିବା ତାହା'

ହରିୟାଣା ଗୃହମନ୍ତ୍ରୀ ଅନିଲ ଭିଜ ଟ୍ବିଟ କରିଛନ୍ତି ଯେ 'ଷଣ୍ଢ ଆଗରେ ଲାଲ ଗାମୁଛା ଦେଖାଇବା ଯାହା ମମତାଙ୍କ ଆଗରେ ଜୟ ଶ୍ରୀରାମ କହିବା ତାହା ' । ଜୟ ଶ୍ରୀରାମ ନାରାକୁ ବିରୋଧ କରି ମମତା ବାନର୍ଜୀ ଭିକ୍ଟୋରିଆ ମେମୋରିଆଲେ ଭାଷଣ ଦେଇନଥିଲେ । ସୂଚନା ଥାଉକି ଶନିବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀକୁ ନେଇ ଭିକ୍ଟୋରିଆ ମେମୋରିଆଲରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ଜୟ ଶ୍ରୀରାମ ନାରା ଦିଆଯାଇଥିଲା। ଏହାକୁ ବିରୋଧ କରି ପଶ୍ଚମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଷଣ ଦେବାକୁ ମନା କରିଦେଇଥିଲେ ।

ସୂଚନାଥାଉକି ଆସନ୍ତା ଏପ୍ରିଲ-ମେ’ ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ ନେଇ ପଶ୍ଚିମବଙ୍ଗ ରାଜନୀତିରେ ଉଭୟ ବିଜେପି ଓ ଟିଏମସି ମଧ୍ୟରେ ଆକ୍ଷେପ ପ୍ରତି ଆକ୍ଷେପ ଚାଲିଛି । ସୁବାଷ ଚନ୍ଦ୍ର ବୋଷଙ୍କ 125ତମ ଜୟନ୍ତୀଙ୍କୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟଣାଓଟରା ମଧ୍ୟରେ ଶେଷ ହୋଇଛି । କେନ୍ଦ୍ର ସରକାର ଏହାକୁ ପରାକ୍ରମ ଦିବସ ଭାବରେ ପାଳନ କରିଥିବାବେଳେ ପଶ୍ଚିମବଙ୍ଗ ସରକାର ଦେଶ ନାୟକ ଦିବସ ଭାବରେ ପାଳନ କରିଛନ୍ତି ।

ABOUT THE AUTHOR

...view details