ଓଡିଶା

odisha

ETV Bharat / bharat

କୋଭାକ୍ସିନକୁ ମିଳିଲା ଅନୁମତି, ଖୁସି ବ୍ୟକ୍ତ କଲେ ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ - ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବୀଜ

ଭାରତରେ ବିକଶିତ କୋରୋନା ଟିକାକୁ ଜରୁରୀକାଳିନ ବ୍ୟବହାରିକ ଅନୁମତି ପରେ ଖୁସିବ୍ୟକ୍ତ କରିଛନ୍ତି ହରିୟାଣା ଗୃହ ଓ ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବୀଜ । ଅଧିକ ପଢନ୍ତୁ ...

କୋଭାକ୍ସାଇନକୁ ଅନୁମୋଦନ ପ୍ରସଙ୍ଗରେ ଖୁସି ବ୍ୟକ୍ତକଲେ ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ
କୋଭାକ୍ସାଇନକୁ ଅନୁମୋଦନ ପ୍ରସଙ୍ଗରେ ଖୁସି ବ୍ୟକ୍ତକଲେ ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ

By

Published : Jan 3, 2021, 6:51 PM IST

Updated : Jan 3, 2021, 7:04 PM IST

ଚଣ୍ଡିଗଡ଼: ଭାରତରେ ବିକଶିତ କରୋନା ଟିକାକୁ ଜରୁରୀକାଳିନ ବ୍ୟବହାରିକ ଅନୁମତି ପରେ ଖୁସିବ୍ୟକ୍ତ କରିଛନ୍ତି ହରିୟାଣା ଗୃହ ଓ ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବୀଜ । ଭାରତ ବାୟୋଟେକ ଏବଂ ଆଇସିଏମଆର ଦ୍ବାରା ବିକଶିତ କରୋନା ଟିକା ‘କୋଭାକ୍ସାସିନ’ ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ବାରା ପ୍ରସ୍ତୁତ ‘କୋଭିସିଲ୍ଡ’ର ଜରୁରୀକାଳିନ ବ୍ୟବହାରକୁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜି) ଅନୁମତି ଦେବା ପରେ ସେ ଟୁଇଟ କରି ଖୁସି ବ୍ୟକ୍ତ କରିଛନ୍ତି ।

ଅନିଲ ବୀଜ ଟୁଇଟ କରିଛନ୍ତି ଯେ ଭାରତରେ ବିକଶିତ କୋଭିସିଲ୍ଡ ଏବଂ କୋଭାକ୍ସିନ ବ୍ୟବହାରିକ ଅନୁମତି ମିଳିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଖୁସିର ମୁହୁର୍ତ୍ତ । ସାମାନ୍ୟ ସତର୍କତା ସହିତ ଏହି ମହାମାରୀରୁ ମୁକ୍ତି ପାଇବାର ଆଶା ସୃଷ୍ଟି ହୋଇଛି | ଏହା ସହ ଏହି ଟିକା ପ୍ରସ୍ତୁତିରେ ଭାଗ ନେଇଥିବା ସମସ୍ତ ବୈଜ୍ଞାନିକ , ବିଷେଶଜ୍ଞ ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ଅନିଲ ।

ଦୁଇଟି ସଂସ୍ଥା ଦ୍ବାରା ବିକଶିତ ଟିକାକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି । ଏହି ପ୍ରସଙ୍ଗରେ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ଡକ୍ଟର ଭି.ଜି ସୋମାନି କହିଛନ୍ତି ଯେ ଏହି ଟିକା 110 ପ୍ରତିଶତ ସୁରକ୍ଷିତ । ଏଥିରେ ଜ୍ବର ଓ ଆଲର୍ଜି ପରି ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ରହିଛି । କିନ୍ତୁ ଏହା ଏତେ ବଡ ଚିନ୍ତାର କାରଣ ନୁହେଁ ବରଂ ଏକ ସ୍ବାଭାବିକ ପ୍ରକ୍ରିୟା ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି ।

ଭାରତରେ ବିକଶିତ କରୋନା ଟୀକାର ଜରୁରୀକାଳୀନ ଅନୁମୋଦନ ନିଷ୍ପତ୍ତିକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସ୍ବାଗତ କରିଛି। ସଂଗଠନର ଦକ୍ଷିଣ-ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ଡା. ପୁନମ ଖେତ୍ରପାଳ ସିଂ ଏହି ସୂଚନା ଦେଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 3, 2021, 7:04 PM IST

ABOUT THE AUTHOR

...view details