ନୂଆଦିଲ୍ଲୀ: ଭାରତ ବାୟୋଟେକ କମ୍ପାନୀ ଦ୍ବାରା ପ୍ରସ୍ତୁତ କୋରୋନା ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବାକୁ ଥିବାବେଳେ ଏହି ପରିକ୍ଷଣରେ ସ୍ବେଚ୍ଛାସେବୀ ଭାବେ ଅଂଶ ଗ୍ରହଣ କରିବେ ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜ । ସେ ନିଜ ଆଡୁ ଏହି ପ୍ରସ୍ତାବ ଦେଇଥିବା ଦେଖିବାକୁ ମିଳିଛି । 20 ନଭେମ୍ବରରେ ହରିୟାଣାରେ ଆରମ୍ଭ ହେବାକୁ ଯାଉଛି କେଭ୍ୟାକସିନର 3ୟ ପର୍ଯ୍ୟାୟ ପରୀକ୍ଷଣ ।
ଏହି ପରୀକ୍ଷଣରେ ଭାଗ ନେବାକୁ ଚାହୁଁଥିବା ସ୍ବେଚ୍ଛାସେବୀମାନେ 18 ବର୍ଷରୁ ଅଧିକ ହେବା ଉଚିତ ବୋଲି ପୁର୍ବରୁ ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ ମତ ଦେଇସାରିଛନ୍ତି । ଟିକା ପ୍ରସ୍ତୁତକାରୀ ସଂସ୍ଥା ଭାରତ ବାୟୋଟେକର ପକ୍ଷରୁ ମିଳିଥିବା ସୂଚନା ଅନୁଷାରେ ରୋହିତକର ପଣ୍ଡିତ ଭଗବତ ଦିନଲ ଶର୍ମା ବିଶ୍ବବିଦ୍ୟାଳୟ ଏବଂ ଫରିଦାବାଦର ଇଏସଆଇସି ହସ୍ପିଟାଲକୁ ଏହି ପରୀକ୍ଷଣ ପାଇଁ ଚିହ୍ନଟ କରାଯାଇଛି । ଗତମାସ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜି) କୋଭାକ୍ସିନ୍ ପାଇଁ 3ୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷଣ ଆରମ୍ବ କରିବା ପାଇଁ ପ୍ରସ୍ତୁତକାରୀ ସଂସ୍ଥା ଭାରତ ବାୟୋଟେକକୁ ଅନୁମତି ଦେଇଥିଲା ।