ଓଡିଶା

odisha

ETV Bharat / bharat

ହରିୟାଣାରେ ବ୍ୟାନ ରାହୁଲ ଗାନ୍ଧୀଙ୍କ ଟ୍ରାକ୍ଟର ରାଲି - କୃଷି ଆଇନ

କୃଷି ଆଇନ ବିରୋଧରେ ରାହୁଲ ଗାନ୍ଧୀ ଆଜି(ରବିବାର) ପଞ୍ଜାବର ମୋଗାରେ ଏକ ଟ୍ରାକ୍ଟର ରାଲିର ନେତୃତ୍ବ ନେବାକୁ ଯାଉଛନ୍ତି। ସେ ନିଜେ ଏକ ଟ୍ରାକ୍ଟର ଚଲାଇବେ।

ଗୃହମନ୍ତ୍ରୀ ଅନିଲ ଭିଜ୍
ଗୃହମନ୍ତ୍ରୀ ଅନିଲ ଭିଜ୍

By

Published : Oct 4, 2020, 1:01 PM IST

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ରାହୁଲ ଗାନ୍ଧୀ ଆଜି(ରବିବାର) ପଞ୍ଜାବର ମୋଗାରେ ଏକ ଟ୍ରାକ୍ଟର ରାଲିର ନେତୃତ୍ବ ନେବାକୁ ଯାଉଛନ୍ତି। ସେ ନିଜେ ଏକ ଟ୍ରାକ୍ଟର ଚଲାଇବେ। ରାହୁଲ ଗାନ୍ଧୀଙ୍କ ଟ୍ରାକ୍ଟର ରାଲି ହରିୟାଣାରେ ଶେଷ ହେବ। ସେ କୁରୁକ୍ଷେତ୍ରରେ ଏହି ରାଲିକୁ ସମାପ୍ତ କରିବାକୁ ଚାହାଁନ୍ତି କିନ୍ତୁ ହରିୟାଣା ଗୃହମନ୍ତ୍ରୀ ଅନିଲ ଭିଜ୍ କହିଛନ୍ତି ଯେ ସେ ରାହୁଲ ଗାନ୍ଧୀଙ୍କ ଟ୍ରାକ୍ଟର ରାଲିକୁ ରାଜ୍ୟରେ ପ୍ରବେଶ କରିବାକୁ ଦେବେ ନାହିଁ।

ହରିୟାଣାର ପୂର୍ବତନ କୃଷିମନ୍ତ୍ରୀ ତଥା ରାଜ୍ୟ ବିଜେପି ସଭାପତି ଓପି ଧନଖଡ କହିଛନ୍ତି ଯେ ଯଦି ରାହୁଲ ଗାନ୍ଧୀ ରାଜ୍ୟରେ ଟ୍ରାକ୍ଟର ରାଲି କରିବାକୁ ଚାହୁଁଛନ୍ତି, ତେବେ ସେ ରବର୍ଟ ଭଦ୍ରାଙ୍କୁ ମଧ୍ୟ ଆଣିବା ଉଚିତ୍। ଅନ୍ୟପକ୍ଷେ, ଶିରୋମଣି ଅକାଳୀ ଦଳ ରାହୁଲ ଗାନ୍ଧୀଙ୍କୁ ଦୁଇଟି ପ୍ରଶ୍ନ ପଚାରିଛନ୍ତି। ପ୍ରଥମଟି ହେଲା ଯେତେବେଳେ ଲୋକସଭାରେ କୃଷି ସମ୍ବନ୍ଧୀୟ ତିନୋଟି ବିଲ୍ ଆଗତ କରାଯାଉଥିଲା, ସେ କାହିଁକି ଅନୁପସ୍ଥିତ ଥିଲେ ? ଦ୍ବିତୀୟରେ ପାରମ୍ପାରିକ କୃଷି ଉତ୍ପାଦନ ମାର୍କେଟିଂ କମିଟି (ଏପିଏମସି) ରୁ କଂଗ୍ରେସ କାହିଁକି ଦୂରେଇ ଯିବାକୁ କହିଲା ?

ପ୍ରକାଶଥାଉକି, କଂଗ୍ରେସ ମୋଗା ଜିଲ୍ଲାରୁ ‘ଚାଷ ବଞ୍ଚାଅ’ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଏହି ତିନି ଦିନିଆ ଅଭିଯାନରେ ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ନେତୃତ୍ବ ନେବେ। ଏହି ଅଭିଯାନ ସମୟରେ ରାହୁଲ ଗାନ୍ଧୀ ନିଜେ ଏକ ଟ୍ରାକ୍ଟର ଚଳାଇ ଗାଁର ଚାଷୀଙ୍କୁ ଭେଟିବେ। ଏହି ଟ୍ରାକ୍ଟର ରାଲିରେ ପ୍ରାୟ ତିନି ହଜାର କୃଷକ ଅଂଶଗ୍ରହଣ କରୁଛନ୍ତି। ତିନି ଦିନିଆ ପଞ୍ଜାବ ଗସ୍ତର ପ୍ରଥମ ଦିନରେ ରାହୁଲ ଗାନ୍ଧୀ ମୋଗା ଜିଲ୍ଲାରେ ରହିବେ।

ABOUT THE AUTHOR

...view details