ନୂଆଦିଲ୍ଲୀ: ମହାମାରୀ କୋରୋନା ସଙ୍କଟ ମଧ୍ୟରେ ଜାରି ରହିଛି ସଂସଦର ମୌସୁମୀ ଅଧିବେଶନ । ଏପରିସ୍ଥିତିରେ ଗୃହକାର୍ଯ୍ୟ କିପରି ଶୃଙ୍ଖଳାର ଚାଲିପାରିବ ଏନେଇ ସରକାର ଗୁରୁତ୍ବ ଦେଉଛନ୍ତି । ହେଲେ ଗୃହକାର୍ଯ୍ୟ ଶୃଙ୍ଖଳାର ସହ ଚାଲିବା ଦୂରର କଥା ଏହାର ମର୍ଯ୍ୟାଦା ହାନୀ କରିବାକୁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି ବିରୋଧୀ ସାଂସଦ । ଜୋରଦାର ହଙ୍ଗମା ମଧ୍ୟରେ ରବିବାର ଧ୍ବନୀ ମତରେ ପାରିତ ହୋଇଛି କୃଷି ବିଧେୟକ । ତେବେ ଏହି ବିଲ୍କୁ ବିରୋଧ କରି ନାରାଜ ସାଂସଦମାନେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ବିରୋଧରେ ଆମିଛନ୍ତି ଅବିଶ୍ବାସ ପ୍ରସ୍ତାବ ।
ରାଜ୍ୟସଭା ଉପାଧ୍ୟକ୍ଷଙ୍କ ବିରୋଧରେ ଅବିଶ୍ବାସ ପ୍ରସ୍ତାବ ଆଣିଲେ ନାରାଜ ସାଂସଦ
ଜୋରଦାର ହଙ୍ଗମା ମଧ୍ୟରେ ରବିବାର ଧ୍ବନୀ ମତରେ ପାରିତ ହୋଇଛି କୃଷି ବିଧେୟକ । ତେବେ ଏହି ବିଲ୍କୁ ବିରୋଧ କରି ନାରାଜ ସାଂସଦମାନେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ବିରୋଧରେ ଆମିଛନ୍ତି ଅବିଶ୍ବାସ ପ୍ରସ୍ତାବ । ଅଧିକ ପଢନ୍ତୁ...
ଏହାପୂର୍ବରୁ ଟିଏମସି ସାଂସଦ ଡେରେକ ବ୍ରାୟନ ଉପାଧ୍ୟକ୍ଷଙ୍କ ସାମ୍ନାରେ ରୁଲ୍ ବୁକ ଫାଡିଦେଇଥିବା ଦେଖିବାକୁ ମିଳିଛି । ଏହାସହ ଡେରେକ ସରକାରଙ୍କ ଉପରେ ଧୋକା ଦେବାର ଅଭିଯୋଗ ଲଗାଇଛନ୍ତି । ତାଙ୍କ କହିବା ଅନୁଯାୟୀ ସରକାର ସଂସଦରେ ସମସ୍ତ ନିୟମ ଭଙ୍ଗ କରିଛନ୍ତି ।
କେବଳ ଏତିକି ନୁହେଁ ଗୃହକାର୍ଯ୍ୟ ସମୟରେ ବିରୋଧୀ ସାଂସଦମାନେ ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ଉପାଧ୍ୟକ୍ଷଙ୍କ ଆସନ ସାମ୍ନାରେ ଥିବା ମାଇକକୁ ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଗୃହରେ କୃଷି ବିଧେୟକ ଉପରେ ଜବାବ ରଖୁଥିଲେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର । ତେବେ ଉପାଧ୍ୟକ୍ଷଙ୍କ କହିବା ସତ୍ତ୍ବେ ବିରୋଧ ପ୍ରଦର୍ଶନ କରୁଥିବା ସାଂସଦମାନେ ନିଜ ଆସନକୁ ନଯାଇ ହଙ୍ଗାମା କରିଥିଲେ, ଯାହାଫଳରେ ରାଜ୍ୟସଭାକୁ ସୋମବାର ସକାଳ 9 ଯାଏଁ ସ୍ଥଗିତ କରିବାକୁ ପଡିଛି ।