ଓଡିଶା

odisha

By

Published : Dec 27, 2019, 1:13 PM IST

ETV Bharat / bharat

ଆନ୍ଧ୍ରପ୍ରଦେଶ ବିଜେପି ମୁଖ୍ୟଙ୍କ ମୌନବ୍ରତ

ଆନ୍ଧ୍ରପ୍ରଦେଶ ସରକାର ରାଜ୍ୟରେ ତିନୋଟି ରାଜଧାନୀ ସ୍ଥାପନକୁ ପ୍ରତିବାଦ କରି ରାଜ୍ୟ ବିଜେପି ସଭାପତି ମୁଖ୍ୟ କାନ୍ନା ଲକ୍ଷ୍ମୀନାରାୟଣ 1 ଘଣ୍ଟାର ମୌନବ୍ରତ ରଖିଛନ୍ତି । ଅଧିକ ପଢନ୍ତୁ...

andhrapradesh-bjp-president-silent-protest-against-three-capital-in-state
ଫଟୋ ସୌଜନ୍ୟ: ଏଏନଆଇ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ବିଜେପି ମୁଖ୍ୟଙ୍କ ମୌନବ୍ରତ । ରାଜ୍ୟରେ ସରକାର ତିନୋଟି ରାଜଧାନୀ ସ୍ଥାପନକୁ ପ୍ରତିବାଦ ରାଜ୍ୟ ବିଜେପି ସଭାପତି 1 ଘଣ୍ଟାର ମୌନବ୍ରତ ରଖିଛନ୍ତି ।

ରାଜ୍ୟ ବିଜେପି ମୁଖ୍ୟ କାନ୍ନା ଲକ୍ଷ୍ମୀନାରାୟଣ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ସରକାର ତିନୋଟି ରାଜଧାନୀ ପ୍ରତିଷ୍ଠାକୁ ପ୍ରତିବାଦ କରିଛନ୍ତି । ଏହାକୁ ନେଇ ଅମରାବତିର ଉଦଣ୍ଡାରୟାନି ପଲେମ ଗ୍ରାମରେ ରାଜ୍ୟ ବିଜେପି ସଭାପତି1 ଘଣ୍ଟାର ମୌନବ୍ରତ ରଖିଛନ୍ତି । ରାଜ୍ୟରେ ତିନୋଟି ରାଜଧାନୀ ନରଖି କେବଳ ଅମରାବତୀକୁ ରାଜଧାନୀ କରାଯାଉ ବୋଲି କହିଛନ୍ତି ।

ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଅମରାବତୀକୁ ଆନ୍ଧ୍ରପ୍ରଦେଶର ରାଜଧାନୀ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବିଜେପି ନେତା ଓ ଦଳୀୟ କର୍ମୀ ଯୋଗଦେଇଛନ୍ତି ।

ABOUT THE AUTHOR

...view details