ଅମରାବତୀ: କୋରୋନା ମୁକାବିଲା ପାଇଁ ଲାଗି ପଡିଛି ସାରା ଦେଶ । ଏହି ସମୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ସୁରକ୍ଷାକର୍ମୀ । ତେଣୁ ସାରା ଦେଶ ସେମାନଙ୍କୁ ଜଣାଉଛି କୃତଜ୍ଞତା । ତେବେ ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଛି ଭିନ୍ନ ଏକ ଦୃଶ୍ୟ । ଜଣେ ପୋଲିସ କର୍ମଚାରୀଙ୍କୁ କୃତଜ୍ଞତା ଦେବାପାଇଁ ତାଙ୍କ ପାଦ ଧରିଛନ୍ତି ଅରକୁ ବିଧାୟକ ଚେଟ୍ଟି ଫାଲଗୁନା ।
ପୋଲିସ କର୍ମୀଙ୍କ ଗୋଡ ଧରି କୃତଜ୍ଞତା ଦେଲେ ବିଧାୟକ - ଗୋଡ ଧରି କୃତଜ୍ଞତା ଦେଲେ ବିଧାୟକ
କୋରୋନା ମୁକାବିଲା ପାଇଁ ରାସ୍ତାରେ ଲୋକଙ୍କୁ ସତର୍କ ଓ ସୁରକ୍ଷିତ ରଖୁଥିବା ଜଣେ ପୋଲିସ କର୍ମୀଙ୍କ ଗୋଡ ଧରି କୃତଜ୍ଞତା ଜଣାଇଲେ ଆନ୍ଧ୍ରପ୍ରଦେଶର ଅରକୁ ବିଧାୟକ ଚେଟ୍ଟି ଫାଲଗୁନା । ଅଧିକ ପଢ଼ନ୍ତୁ...
ପୋଲିସ କର୍ମୀଙ୍କ ଗୋଡ ଧରି କୃତଜ୍ଞତା ଦେଲେ ବିଧାୟକ
ସାରା ଦେଶରେ ଲକଡାଉନ ଚାଲିଥିବା ବେଳେ ସ୍ବାସ୍ଥ୍ୟକର୍ମୀ ଓ ସୁରକ୍ଷାକର୍ମୀ ମାନେ କୋରୋନା ସହ ଲଢ଼ିବା ପାଇଁ ଅନବାରତ ଚେଷ୍ଟା ଜାରି ରଖିଛନ୍ତି । ଦେଶବାସୀ ବିଭିନ୍ନ ମାଧ୍ୟମରେ ଏମାନଙ୍କୁ ଧନ୍ୟବାଦ ଦେଉଥିବା ବେଳେ ଅରକୁ ବିଧାୟକଙ୍କ ଏପରି ଭାବେ କୃତଜ୍ଞତା ଦେବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।