ଓଡିଶା

odisha

ETV Bharat / bharat

ଆନ୍ଧ୍ରପ୍ରଦେଶରେ ବସ ସେବା ବନ୍ଦ - କୋରୋନା ପ୍ରଭାବ

ମାର୍ଚ୍ଚ 31ପର୍ଯ୍ୟନ୍ତ ରାଜ୍ୟରେ ବସ ସେବା ବନ୍ଦ କଲେ ଆନ୍ଧ୍ରପ୍ରଦେଶ ରାଜ୍ୟ ସଡକ ପରିବହନ ନିଗମ । ଅଧିକ ସୂଚନା ପାଇଁ ପଢନ୍ତୁ ...

andhra pradesh state road transport corporation bus services stopped
ଆନ୍ଧ୍ରପ୍ରଦେଶରେ ବସ ସେବା ବନ୍ଦ

By

Published : Mar 23, 2020, 2:42 PM IST

ଅମରାବତୀ: ମାର୍ଚ୍ଚ 31 ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶ ରାଜ୍ୟ ସଡକ ପରିବହନ ନିଗମ (ଏପିଏସଆରଟିସି) ସମସ୍ତ ବସ ସେବା ବନ୍ଦ କଲେ ଆନ୍ଧ୍ରପ୍ରଦେଶ ସରକାର । କୋରୋନା ଭାଇରସ ମହାମାରୀକୁ ରୋକିବା ପାଇଁ ମାର୍ଚ୍ଚ 31 ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସଡକ ପରିବହନ ନିଗମ ବସ ସେବା ବନ୍ଦ ରହିବ । ଏହା ସହ ଅନ୍ୟ ପରିବହନ ଯାନଗୁଡିକ ନିୟନ୍ତ୍ରିତ ହେବ ବୋଲି କହିଛନ୍ତି ଆନ୍ଧ୍ରପ୍ରଦେଶ ପରିବହନ ମନ୍ତ୍ରୀ ପି.ଭେଙ୍କଟରାମୟା । ଏହି ସମୟରେ ଅଟୋ ଏବଂ ଟେମ୍ପୋ ଚଳାଚଳ ନକରିବା ପାଇଁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

ଅନ୍ୟପଟେ ରାଜ୍ୟରେ ଆଉ ଜଣେ କୋରୋନା ଭାଇରସ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ ହେଉଛନ୍ତି 49 ବର୍ଷ ବୟସ୍କା ମହିଳା । ସେ କୋରୋନା ପଜିଟିଭ ଥିବା ଜଣେ ସମ୍ପର୍କୀୟଙ୍କ ସମ୍ପର୍କରେ ଆସି ଆକ୍ରନ୍ତ ହୋଇଥିଲେ । ତାଙ୍କୁ ବିଶାଖାପାଟନମର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ଆନ୍ଧ୍ରପ୍ରଦେଶ ସରକାରଙ୍କ ମେଡିକାଲ ବୁଲେଟେନରେ କୁହାଯାଇଛି । ରାଜ୍ୟରେ ମୋଟ କୋରୋନା ଭାଇରସ ପଜିଟିଭ ସଂଖ୍ୟା 6 କୁ ବୃଦ୍ଧି ପାଇଥିବା ଜଣାପଡିଛି ।

@ANI

ABOUT THE AUTHOR

...view details