ନେଲ୍ଲୋର(ଆନ୍ଧ୍ରପ୍ରଦେଶ): ରଚନାତ୍ମକ ଅଭିବ୍ୟକ୍ତି ବିକଶିତ କରିବାରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ଆଉ ଏହି ଉକ୍ତିର ସଠିକ୍ ଉଦାହରଣ ହେଉଛି ଆନ୍ଧ୍ରପ୍ରଦେଶ ନେଲ୍ଲୋର ଜିଲ୍ଲାର ସଙ୍ଗମ ମଣ୍ଡଳ, ଗାନ୍ଧୀ ଜନ ସଙ୍ଗନ ଗାଁରେ ଥିବା ଗ୍ରାମୀଣ ବାଳ ଅନୁସନ୍ଧାନ କେନ୍ଦ୍ର (rural childrens reasearch centre) । ତେବେ ଶୋଇବା ସମୟରେ ଆସୁଥିବା ସ୍ବପ୍ନ, ସ୍ବପ୍ନ ନୁହେଁ, ବରଂ ଖୋଲା ଆଖିରେ ଦେଖୁଥିବା ସ୍ବପ୍ନ, ଯେ ପର୍ଯ୍ୟନ୍ତ ପୂରଣ ନହୋଇଛି ସେପର୍ଯ୍ୟନ୍ତ ଆପଣଙ୍କୁ ଏହା ଶାନ୍ତିରେ ଶୁଆଇ ଦେବନାହିଁ । ଆଉ ଏହି ସ୍ଲୋଗାନକୁ ପାଥେୟ କରି, ଏହି ଶିକ୍ଷାର ମନ୍ଦିର ଏକ ସ୍ବତନ୍ତ୍ର ପରିଚୟ ହାସଲ କରିଛି ।
ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ଶିକ୍ଷାକୁ ଅତି ସହଜରେ ବୁଝାଇବାକୁ ହେଲେ ଶିକ୍ଷକଙ୍କୁ ପ୍ରଥମେ ଜଣେ ଛାତ୍ର ହେବାକୁ ପଡିବ । ଶିକ୍ଷକଙ୍କୁ ମଧ୍ୟ ଜଣେ ଛାତ୍ରଙ୍କ ପରି ଭାବିବାକୁ ପଡିବ । ଆଉ ଏଠାରେ କିଛି ଏମିତି ହିଁ ହୁଏ । ଏଠାରେ ଶିକ୍ଷକ ଜୀବ ବିଜ୍ଞାନ ଓ ଜ୍ୟୋର୍ତିବିଜ୍ଞାନ ଭଳି ଜଟିଳ ବିଷୟ ଗୁଡିକୁ ସରଳ ଭାଷାରେ ଶିଖାଇଥାନ୍ତି । ଯାହାଫଳରେ ଛାତ୍ରଛାତ୍ରୀ ବିନା ଚାପରେ ଏହାକୁ ବୁଝିପାରିନ୍ତି ।
ଅଧିକାଂଶ ଆଦିବାସୀ ଓ ଗ୍ରାମୀଣ ଛାତ୍ରଛାତ୍ରୀ ଅଧାରୁ ପାଠପଢା ଛାଡିଥିବାବେଳେ ଗତ 10 ବର୍ଷ ଧରି ସୁବ୍ରମଣ୍ୟମ ସାର ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ପାଠପଢା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢାଉଛନ୍ତି । ଏହା ହିଁ ଏକମାତ୍ର କାରଣ, ଯେଉଁଥିପାଇଁ ଆଖପାଖ 10ଟି ସ୍କୁଲ ଛାତ୍ରଛାତ୍ରୀ ଏଠାକୁ ପାଠପଢିବାକୁ ଆସିବା ସହ କିଛି ନୂଆ ଶିଖିଥାନ୍ତି ।