ଅମରବତୀ: ଆନ୍ଧ୍ରପ୍ରଦେଶ ବିଧାନ ପରିଷଦ ଉଚ୍ଛେଦ କରିବା ପ୍ରସ୍ତାବ ବିଧାନସଭାରେ ପାରିତ ହୋଇଛି । ଆଗାମୀ ପ୍ରକ୍ରିୟା ପାଇଁ ଏହାକୁ ଏବେ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ । ତେବେ ପ୍ରସ୍ତାବ ପାରିତ ହେବା ପରେ ସଦନକୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି କରାଯାଇଛି । ଏହା ପୂର୍ବରୁ ରାଜ୍ୟ ବିଧାନ ପରିଷଦକୁ ଉଚ୍ଛେଦ କରିବା ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ ମିଳିଥିଲା ।
ଆନ୍ଧ୍ର ବିଧାନ ପରିଷଦ ଉଚ୍ଛେଦ ପ୍ରସ୍ତାବକୁ ବିଧାନସଭାରେ ଗ୍ରୀନ ସିଗନାଲ
ଆନ୍ଧ୍ରପ୍ରଦେଶ ବିଧାନ ପରିଷଦ ଉଚ୍ଛେଦ କରିବା ପ୍ରସ୍ତାବ ବିଧାନସଭାରେ ପାରିତ ହୋଇଛି । ଏହା ପୂର୍ବରୁ ରାଜ୍ୟ ବିଧାନ ପରିଷଦକୁ ଉଚ୍ଛେଦ କରିବା ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ ମିଳିଥିଲା । ଅଧିକ ପଢନ୍ତୁ...
ଜଗନ ମୋହନ ରେଡ୍ଡୀ
ସୂଚନାଯୋଗ୍ୟ ଯେ, ଆନ୍ଧ୍ର ପ୍ରଦଶର 58 ସଦସ୍ୟଯୁକ୍ତ ବିଧାନ ପରିଷଦରେ ଶାସକ ଦଳ ୱାଇଏସଆର କଂଗ୍ରେସର ମାତ୍ର 9 ଜଣ ସଦସ୍ୟ ଥିବା ବେଳେ ବିରୋଧୀ ଦଳ ତେଲୁରୁ ଦେଶମ ପାର୍ଟିର 28 ସଦସ୍ୟ ରହିଛନ୍ତି । ୱାଇଏସଆର କଂଗ୍ରେସ ସରକାର ରାଜ୍ୟରେ ତିନୋଟି ରାଜଧାନୀ ପାଇଁ ବିଧାନସଭାରେ ବିଲ୍ ଗୃହୀତ କରିଥିଲେ। ହେଲେ ନିକଟରେ ଏହା ବିଧାନ ପରିଷଦରେ ଖାରଜ ହୋଇଥିଲା । ବିଧାନ ପରିଷଦରେ ବିରୋଧୀଙ୍କ ସଂଖ୍ୟା ଅଧିକ ରହିଥିବାରୁ ଏଭଳି ହୋଇଥିଲା । ତେଣୁ ଆନ୍ଧ୍ର ସରକାର ବିଧାନ ପରିଷଦ ଉଚ୍ଛେଦ କରିବାର ନିଷ୍ପତ୍ତି ନେଇଛନ୍ତି ।