ଅମରାବତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନ୍ ମୋହନ ରେଡ୍ଡୀ ଲଞ୍ଚ କଲେ ଦୁଇଟି ନୂତନ ଖାଦ୍ୟ ଯୋଜନା । ସେହି ଦୁଇଟି ଯୋଜନା ହେଲା ୱାଇ.ଏସ୍ ଆର ସମ୍ପୂର୍ଣ୍ଣ ପୋଷଣ ଏବଂ ୱାଇ.ଏସ୍ ଆର ସମ୍ପୂର୍ଣ୍ଣ ପୋଷଣ ପ୍ଲସ । ହଜାର ହଜାର ଗର୍ଭବତୀ ଏବଂ ନର୍ସିଂ ମହିଳା ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଏହି ଯେଜନା କରିଥିବା ସୋମବାର ଜଣେ ଅଧିକାରୀ କହିଛନ୍ତି। ୱାଇ.ଏସ୍ ଆର ସମ୍ପୂର୍ଣ୍ଣ ପୋଷଣ ଯୋଜନା ଅଧିନରେ 30 ଲକ୍ଷ ମହିଳା ଏବଂ ଶିଶୁଙ୍କ ପାଇଁ ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ ଉପଲବ୍ଧ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ରାଜ୍ୟର 55,607 ଅଙ୍ଗନୱାଡି କେନ୍ଦ୍ରରେ ନାମ ଲେଖାଇଥିବା 30 ଲକ୍ଷରୁ ଅଧିକ ମହିଳା ଏବଂ ଶିଶୁ ମାସିକ ଖାଦ୍ୟ ଯୋଗାଣରେ ଉପକୃତ ହେବେ। ୱାଇ.ଏସ୍ ଆର ସମ୍ପୂର୍ଣ୍ଣ ପୋଷଣ ପ୍ଲସ ଯୋଜନାର ଏକ ଅଂଶ ଭାବରେ, ଆଠଟି ଇଣ୍ଟିଗ୍ରେଟେଡ୍ ଆଦିବାସୀ ବିକାଶ ଏଜେନ୍ସି (ଆଇଟିଡିଏ) କେନ୍ଦ୍ର ଏବଂ 52 ଇଣ୍ଟିଗ୍ରେଟେଡ୍ ଶିଶୁ ବିକାଶ ସେବା (ଆଇସିଡିଏସ୍) କେନ୍ଦ୍ର, 8,320 ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ 77 ଟି ଆଦିବାସୀ ମଣ୍ଡପରେ ପୁଷ୍ଟିକର ଖାଦ୍ୟ ବଣ୍ଟନ କରିବେ । ଯେଉଁଥିରେ 3.8 ଲକ୍ଷ ହିତାଧିକାରୀ ଉପକୃତ ହେଇପାରିବେ ।