ଅମରାବତୀ: ଆନ୍ଧ୍ରପ୍ରଦେଶରେ କୋରୋନାରେ ପ୍ରଥମ ମୃତ୍ୟୁ ହୋଇଛି । ବିଜୟୱାଡାର ଜଣେ 55 ବର୍ଷୀୟ ବ୍ୟକ୍ତି କୋରୋନାର ଶିକାର ହୋଇଛନ୍ତି । ସେ ନିଜ ପୁଅ ସହ ଦିଲ୍ଲୀ ଯାଇଥିବା ବେଳେ ମାର୍ଚ୍ଚ 17 ତାରିଖରେ ବିଜୟୱାଡା ଫେରିଥିଲେ । ଫେରିବାପରେ ତାଙ୍କ ରକ୍ତ ନମୁନା ପରୀକ୍ଷାରୁ କୋରୋନା ପଜିଟିଭ ରହିଥିବା ଜଣାପଡିଥିଲା । ବ୍ୟକ୍ତିଙ୍କର ପୂର୍ବରୁ ଡାଇବେଟିସ ଓ ହୃଦରୋଗ ରହିଥିଲା ବୋଲି ଡାକ୍ତର ପ୍ରକାଶ କରିଛନ୍ତି ।
ଆନ୍ଧ୍ରପ୍ରଦେଶରେ କୋରୋନା ନେଲା ପ୍ରଥମ ମୁଣ୍ଡ, 161 ପଜିଟିଭ - କୋରୋନା ନେଲା ପ୍ରଥମ ମୁଣ୍ଡ
ଆନ୍ଧ୍ରପ୍ରଦେଶରେ କୋରୋନାରେ ପ୍ରଥମ ମୃତ୍ୟୁ ହୋଇଛି । ବିଜୟୱାଡାର ଜଣେ 55 ବର୍ଷୀୟ ବ୍ୟକ୍ତି କୋରୋନାର ଶିକାର ହୋଇଛନ୍ତି । ଅଧିକ ପଢନ୍ତୁ...
ଆନ୍ଧ୍ରପ୍ରଦେଶରେ କୋରୋନା ନେଲା ପ୍ରଥମ ମୁଣ୍ଡ, 132 ପଜିଟିଭ
ଆନ୍ଧ୍ରପ୍ରଦେଶରେ ବର୍ତ୍ତମାନ 161 ଜଣ ପଜିଟିଭ ରହିଛନ୍ତି । ସେହିପରି ଜଣେ ସୁସ୍ଥ ହୋଇ ଘରକୁ ଫେରିଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଦେଶରେ 2301 ଜଣ ପଜିଟିଭ ରହିଥିବା ବେଳେ 56 ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଛି ।
@ANI