ଅମରାବତୀ: ଆମ୍ବୁଲାନ୍ସ ଜାଳିବା ଅଭିଯୋଗ ଜଣେ ଗିରଫ । ବୁଧବାର ଆନ୍ଧ୍ରପ୍ରଦେଶ ଅଙ୍ଗୋଲେ ତାଲୁକ ପୋଲିସ ଷ୍ଟେସନକୁ କ୍ଷତି ପହଞ୍ଚାଇବା ଏବଂ ପରେ ଏକ ଆମ୍ବୁଲାନ୍ସରେ ନିଆଁ ଲଗାଇବା ଅଭିଯୋଗରେ ପ୍ରକାଶମ ଜିଲ୍ଲା ଅନଗୋଲ ସହରର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ତେବେ ଏନେଇ ଆସିଷ୍ଟାଣ୍ଟ ଏଏସଆଇ ରମେଶ ସୂଚନା ଦେଇଛନ୍ତି ।
ପୋଲିସ ସୂଚନା ଅନୁଯାୟୀ, ନେଲାତୁରା ସୁରେଶ ନାମକ ବ୍ୟକ୍ତି ଜୋତା ଏବଂ ଚପଲ ସିଲାଇ କରି ନିଜ ପେଟ ପୋଷିଥାନ୍ତି । ତେବେ ସେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ଷ୍ଟେସନକୁ ଆସି କାନ୍ଥର କାଚ ଭାଙ୍ଗି ନିଜକୁ ଆଘାତ କରିଥିଲେ । ଯେଉଁଥିରେ ସେ ଗୁରୁତର ଆହତ ହୋଇଥିଲେ । ଏହାପରେ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ମେଡିକାଲ ନେବାପାଇଁ ଆମ୍ବୁଲାନ୍ସ ଡକାଇଥିଲେ ।