ଓଡିଶା

odisha

ETV Bharat / bharat

ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ, 27 ଅଗଷ୍ଟ ଯାଏଁ ଅମରାବତୀରେ ରହିବ ପ୍ରଶାସନିକ କାର୍ଯ୍ୟାଳୟ - ଜଗନ ରେଡ୍ଡୀ ସରକାର

ଅମରାବତୀରୁ ପ୍ରଶାସନିକ କାର୍ଯ୍ୟାଳୟ ସ୍ଥାନାନ୍ତର ନେଇ ରାଜ୍ୟର ଜଗନ ମୋହନ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଅଗଷ୍ଟ 27 ପର୍ଯ୍ୟନ୍ତ ପୂର୍ବସ୍ଥିତି ବଜାୟ ରଖିବାକୁ ହାଇକୋର୍ଟ ଶୁକ୍ରବାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଧିକ ପଢନ୍ତୁ...

ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ, 27 ଅଗଷ୍ଟ ଯାଏଁ ଅମରାବତୀରେ ରହିବ ପ୍ରଶାସନିକ କାର୍ଯ୍ୟାଳୟ
ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ, 27 ଅଗଷ୍ଟ ଯାଏଁ ଅମରାବତୀରେ ରହିବ ପ୍ରଶାସନିକ କାର୍ଯ୍ୟାଳୟ

By

Published : Aug 14, 2020, 8:30 PM IST

ଅମରାବତୀ: ରାଜଧାନୀ ଅମରାବତୀରୁ ପ୍ରଶାସନିକ କାର୍ଯ୍ୟାଳୟ ସ୍ଥାନାନ୍ତର ନେଇ ରାଜ୍ୟର ଜଗନ ମୋହନ ସରକାରଙ୍କ ନିଷ୍ପତ୍ତି ବିରୋଧରେ ନିର୍ଦ୍ଦେଶ ଜାରି କରିଛନ୍ତି ଆନ୍ଧ୍ରପ୍ରଦେଶ ହାଇକୋର୍ଟ । ଅଗଷ୍ଟ 27 ପର୍ଯ୍ୟନ୍ତ ପୂର୍ବସ୍ଥିତି ବଜାୟ ରଖିବାକୁ ହାଇକୋର୍ଟ ଶୁକ୍ରବାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ ରାକେଶ କୁମାର, ଜଷ୍ଟିସ ଏ.ଭି ଶେଷଶାଇ ଏବଂ ଜଷ୍ଟିସ ଏମ ସତ୍ୟନାରାୟଣ ମୁର୍ତ୍ତୀଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ପ୍ରାୟ 55ଟି ଯାଚିକାର ଶୁଣାଣି କରି ଜଗନ ସରକାରଙ୍କୁ ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ବିକେନ୍ଦ୍ରୀକରଣ ଆଇନ ଏବଂ ରାଜଧାନୀ କ୍ଷେତ୍ର ବିକାଶ ଅଧିକରା (CRDA) ଅଧିନିୟମ ବାତିଲ ବିରୋଧରେ ସରକାରଙ୍କ ସରକାରଙ୍କ ରାଜପତ୍ର ବିରୋଧରେ ଏହି ଯାଚିକା ଦାଖଲ ହୋଇଥିଲା ।

ଆବେଦନକାରୀଙ୍କ ଆଇନଜୀବି କୋର୍ଟଙ୍କୁ କହିଛନ୍ତି ଯେ ରାଜ୍ୟ ସରକାରଙ୍କ 3 ରାଜଧାନୀ ଯୋଜନା ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନ, 2104କୁ ଉଲ୍ଲଂଘନ କରୁଛି । ଏହି ଅଧିନିୟମରେ କେବଳ ଗୋଟିଏ ରାଜଧାନୀ ପାଇଁ ବ୍ୟବସ୍ଥା ରହିଛି। ଅନ୍ୟପକ୍ଷେ ବରିଷ୍ଠ ଆଇନଜୀବୀ ରାକେଶ ଦ୍ବିବେଦୀ ସରକାରଙ୍କ ପକ୍ଷରୁ ଯୁକ୍ତି ଦର୍ଶାଇ କହିଥିଲେ ଯେ ରାଜଧାନୀ ପ୍ରତିଷ୍ଠା ହେଉଛି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ | ଏହା ଉପରେ ରହିତାଦେଶ ଜାରି କରିବା ଉଚିତ ନୁହେଁ ବୋଲି ସେ କୋର୍ଟଙ୍କୁ ଦର୍ଶାଇଛନ୍ତି ।

ABOUT THE AUTHOR

...view details