ଓଡିଶା

odisha

ETV Bharat / bharat

ଆନ୍ଧ୍ର ସରକାରଙ୍କ ସହାୟତା: 2.62ଲକ୍ଷ ଅଟୋ, ଟ୍ୟାକ୍ସି ଡ୍ରାଇଭରଙ୍କୁ 10ହଜାର ଭତ୍ତା ପ୍ରଦାନ - ଆନ୍ଧ୍ର ସରକାର ଟ୍ୟାକ୍ସି ଡ୍ରାଇଭର ଭତ୍ତା ପ୍ରଦାନ

ତାଲାବନ୍ଦ କାରଣରୁ ମାତ୍ରାଧିକ ପ୍ରଭାବିତ ହୋଇଛନ୍ତି ଲକ୍ଷାଧିକ ଅଟୋ, ଟ୍ୟାାକ୍ସି ଚାଳକ । ଏପରିସ୍ଥିତିରେ ଆନ୍ଧ୍ରପ୍ରଦେଶ ସକରାରଙ୍କ ଏକ ବଡ ପଦକ୍ଷେପ । ଜଗନ ସରକାର ଗୁରୁବାର ରାଜ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ 2.62ଲକ୍ଷ ଚାଳକଙ୍କୁ 10ହଜାର ଲେଖାଏଁ ପ୍ରଦାନ କରିଛନ୍ତି ।

Andhra govt
Andhra govt

By

Published : Jun 4, 2020, 5:54 PM IST

ଅମରାବତୀ: କୋରୋନା କଟକଣା, ତାଲାବନ୍ଦ କାରଣରୁ ମାତ୍ରାଧିକ ପ୍ରଭାବିତ ହୋଇଛନ୍ତି ଲକ୍ଷାଧିକ ଅଟୋ, ଟ୍ୟାାକ୍ସି ଚାଳକ । ଏପରିସ୍ଥିତିରେ ଆନ୍ଧ୍ରପ୍ରଦେଶ ସକରାରଙ୍କ ଏକ ବଡ ପଦକ୍ଷେପ । ଜଗନ ସରକାର ଗୁରୁବାର ରାଜ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ 2.62ଲକ୍ଷ ଚାଳକଙ୍କୁ 10ହଜାର ଲେଖାଏଁ ପ୍ରଦାନ କରିଛନ୍ତି ।

ଜିଲ୍ଲାପାଳ ଏବଂ ହିତାଧିକାରୀଙ୍କ ସହ ଡିଜିଟାଲ ସମ୍ମିଳନୀରେ ୱାଇଏସଆର ବାହାନ ମିତ୍ର ଯୋଜନା ଅନ୍ତର୍ଗତ 2,62,493 ହିତାଧିକାରୀଙ୍କୁ ମୋଟ 262.49 କୋଟି ଟଙ୍କା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ୍ ମୋହନ ରେଡ୍ଡୀ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ମଧ୍ୟ ହିତାଧିକାରୀମାନଙ୍କୁ ନିବେଦନ କରିଛନ୍ତି ଯେ ଏହି ଅର୍ଥକୁ ମଦ୍ୟପାନ ପାଇଁ ନୁହେଁ ବରଂ ନିଜ ପରିବାର ଉଦ୍ଦେଶ୍ୟରେ ବ୍ୟବହାର କରନ୍ତୁ । ମଦ୍ୟପାନ ଉଭୟ ଯାତ୍ରୀ ଏବଂ ଡ୍ରାଇଭରକୁ ଅସୁବିଧାରେ ପକାଇବ।

ବୀମା ପ୍ରିମିୟମ, ଲାଇସେନ୍ସ ଫି ଏବଂ ଅନ୍ୟାନ୍ୟ ବାରମ୍ବାର ଖର୍ଚ୍ଚ ପୂରଣ କରିବା ପାଇଁ ଅଟୋ ଏବଂ ଟ୍ୟାକ୍ସି ଡ୍ରାଇଭରମାନଙ୍କୁ ବାର୍ଷିକ 10,000 ଟଙ୍କା ଭତ୍ତା ପ୍ରଦାନ କରିବା ଉଦ୍ଦେଶ୍ୟରେ YSR Vahana Mitra ଅକ୍ଟୋବର 4, 2019 ରେ ଆରମ୍ଭ କରାଯାଇଥିଲା।

ସରକାରଙ୍କ କହିବାନୁସାରେ, COVID-19 ସହିତ ଲଢେଇ ଫଳରେ ତାଲାବନ୍ଦ ହେବା କାରଣରୁ ଗତ କିଛି ମାସ ମଧ୍ୟରେ ଅଟୋ ଏବଂ ଟ୍ୟାକ୍ସି ଡ୍ରାଇଭରମାନଙ୍କର କୌଣସି ରୋଜଗାରର ଉତ୍ସ ନ ଥିବାରୁ ଏହି ଯୋଜନା ଅନ୍ତର୍ଗତ ବାର୍ଷିକ ଭତ୍ତାର ଦେୟ ଚାରିମାସ ବୃଦ୍ଧି ଅନୁଯାୟୀ 10ହଜାର ପ୍ରଦାନ କରାଯାଇଛି ।

ସରକାର ଆସନ୍ତା ସପ୍ତାହରେ ବାରିକ, ଧୋବା, ଟେଲର ଏବଂ ବୁଣାକାରଙ୍କ ପାଇଁ ରାଜ୍ୟ ଯୋଜନା ଅଧୀନରେ ଜୁନ୍ 24 ଆର୍ଥିକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।

ABOUT THE AUTHOR

...view details