ଅମରାବତୀ: ଆନ୍ଧ୍ର ସରକାରଙ୍କୁ ଟାର୍ଗେଟ କଲେ ପୱନ କଲ୍ୟାଣ । କୋରୋନା ପରିସ୍ଥିତିକୁ ନେଇ ଆନ୍ଧ୍ର ସରକାର ରାଜନୀତି କରୁଥିବା କହିଛନ୍ତି ଜନସେନା ପାର୍ଟି (ଜେଏସପି) ସଭାପତି ତଥା ଅଭିନେତା ପୱନ କଲ୍ୟାଣ ।
ଆନ୍ଧ୍ର ସରକାରଙ୍କୁ ଟାର୍ଗେଟ କଲେ ପୱନ କଲ୍ୟାଣ - ପୱନ କଲ୍ୟାଣ
କୋରୋନା ପରିସ୍ଥିତିକୁ ନେଇ ଆନ୍ଧ୍ର ସରକାର ରାଜନୀତି କରୁଥିବା କହିଛନ୍ତି ଜନସେନା ପାର୍ଟି (ଜେଏସପି) ସଭାପତି ତଥା ଅଭିନେତା ପୱନ କଲ୍ୟାଣ ।
![ଆନ୍ଧ୍ର ସରକାରଙ୍କୁ ଟାର୍ଗେଟ କଲେ ପୱନ କଲ୍ୟାଣ pawan kalyan](https://etvbharatimages.akamaized.net/etvbharat/prod-images/768-512-6836942-941-6836942-1587183571540.jpg)
ଆନ୍ଧ୍ର ସରକାରଙ୍କୁ ଟାର୍ଗେଟ କଲେ ପୱନ କଲ୍ୟାଣ
ଦଳର ନେତା ତଥା ମହିଳା ୱିଙ୍ଗ ସଦସ୍ୟଙ୍କ ସହ ଏକ ଟେଲି କନଫରେନ୍ସ ଜରିଆରେ ସେ କହିଛନ୍ତି, ଏଭଳି ସମୟରେ ଆନ୍ଧ୍ରପ୍ରଦେଶ ସରକାର ଜନସ୍ୱାସ୍ଥ୍ୟ ଉପରେ କାର୍ଯ୍ୟ କରିବା ଏବଂ ସମାଜରେ ଆତ୍ମବିଶ୍ୱାସ ବଢାଇବା ପାଇଁ ଚିନ୍ତା କରିନାହାଁନ୍ତି। ଆମେ ଆରମ୍ଭରୁ କହିଛି କୋରୋନା ପରିସ୍ଥିତିକୁ ନେଇ ରାଜନୀତି ନକରାଯାଉ । ମାତ୍ର ଏହା ଏକ ବ୍ୟକ୍ତିଗତ ପ୍ରସଙ୍ଗ ବୋଲି ଭାବି ଆନ୍ଧ୍ର ସରକାର ପ୍ରତିଶୋଧ ପରାୟଣ କାର୍ଯ୍ୟକଳାପ କରୁଛନ୍ତି।