ଅମରାବତୀ: ଆନ୍ଧ୍ରପ୍ରଦେଶରେ ଆସନ୍ତା ଅକ୍ଟୋବରରୁ ଖୋଲିବ କଲେଜ । ଅକ୍ଟୋବର 15ରୁ କଲେଜ ଖୋଲିବା ନେଇ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ନିଷ୍ପତ୍ତି ନେଇଛନ୍ତି । ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଗାଇଡଲାଇନ ପ୍ରସ୍ତୁତ କରିବା ସହ ଉଚ୍ଚ ଶିକ୍ଷା ବିଭାଗକୁ ମତାମତ ଲୋଡିଛନ୍ତି । କୋଭିଡ-19 ପାଇଁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ।
ଉଚ୍ଚ ଶିକ୍ଷା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ନାମ ଲେଖା ଅନୁପାତକୁ 90 ପ୍ରତିଶତ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟରେ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ଦେବାକୁ ଗ୍ରୀନ ସିଗନାଲ ଦେଇଛନ୍ତି ।
ସ୍ନାତ୍ତକ ଡିଗ୍ରୀ ନେବାକୁ ହେଲେ ଛାତ୍ରଛାତ୍ରୀଙ୍କୁ 3 ବର୍ଷା କିମ୍ବା 4 ବର୍ଷ କୋର୍ସ ପାଇଁ 10 ମାସର ଆପ୍ରେଣ୍ଟିସିପରେ ନାମ ଲେଖାଇବାକୁ ପଡିବ । ଆପ୍ରେଣ୍ଟିସିପ ସରିବା ପରେ ପିଲାଙ୍କୁ ନିଯୁକ୍ତ ଓ ଦକ୍ଷତା ବିକାଶ ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜଗନ ରେଡ୍ଡୀ ।