ଓଡିଶା

odisha

ETV Bharat / bharat

ଆକାଶମାର୍ଗରୁ ଆନ୍ଧ୍ରମୁଖ୍ୟମନ୍ତ୍ରୀଙ୍କ ଗୋଦାବରୀ ଡଙ୍ଗାବୁଡି ସ୍ଥଳ ପରିଦର୍ଶନ - airiel survey of Andhra cm

ଆକାଶମାର୍ଗରୁ ଗୋଦାବରୀ ଡଙ୍ଗା ବୁଡି ସ୍ଥଳ ପରିଦର୍ଶନ କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଏସଆର ଜଗନ ମୋହନ ରେଡ୍ଡୀ। ଏହା ସହିତ ରାଜମହେନ୍ଦ୍ରଭରମ ହସ୍ପିଟାଲ ଗସ୍ତ କରି ଆହତଙ୍କୁ ଭେଟି ତାଙ୍କ ସହ ଆଲୋଚନା କରିଛନ୍ତି।

ଫଟୋ ସୌଜନ୍ୟ: ଟ୍ବିଟର@ANI

By

Published : Sep 16, 2019, 2:04 PM IST

ଅମରାବତୀ: ଆକାଶ ମାର୍ଗରୁ ପୂର୍ବ ଗୋଦାବରୀରେ ଡଙ୍ଗା ବୁଡି ସ୍ଥଳ ପରିଦର୍ଶନ କରିଛନ୍ତି ଆନ୍ଧ ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନମୋହନ ରେଡ୍ଡି। ଏହା ସହ ରାଜମହେନ୍ଦ୍ରଭରମ ହସ୍ପିଟାଲ ଗସ୍ତ କରି ଆହତଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି।

ରବିବାର ଆନ୍ଧ୍ରପ୍ରଦେଶ ଦେବୀପାଟନମରେ ପର୍ଯ୍ୟଟକଙ୍କୁ ନେଇ ଯାତ୍ରା କରୁଥିବା ବେଳେ ଏକ ବୋଟ ଓଲଟି ପଡିଥିଲା । ଫଳରେ ସେଥିରେ ଥିବା 62 ଜଣ ଯାତ୍ରୀ ବୁଡିଯାଇଥିଲେ । ସଙ୍ଗେ ସଙ୍ଗେ ଏନଡିଆରଏଫ ଟିମ ଦ୍ବାରା ଜଣଙ୍କ ମୃତଦେହ ସହ 14 ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଧିରେ ଧିରେ ମୃତ୍ୟୁ ସଂଖ୍ୟା ବଢି 12ରେ ପହଞ୍ଚିଥିବା ବେଳେ ମୋଟ 26 ଜଣଙ୍କୁ ଉଦ୍ଧାର କରାଯାଇଛି। ଏବେ ବି ଅନେକ ନଦୀରେ ଫସିରହିଛନ୍ତି।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଆଜି ସକାଳ 7.30ରୁ ଚେତକ ହେଲିକପ୍ଟରକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ରାଜମୁଣ୍ଡାରୀ ବିମାନ ବନ୍ଦରରୁ ବିମାନ ଆସି ଦେବୀପଟନମରୁ ପୋଲାଭରମ ପର୍ଯ୍ୟନ୍ତ ଉଦ୍ଧାରକାର୍ଯ୍ୟ ଜାରି ରଖିଛି।

ABOUT THE AUTHOR

...view details