ଓଡିଶା

odisha

ETV Bharat / bharat

ଜଗନ ସରକାରଙ୍କ ନୂଆ ସ୍ବାସ୍ଥ୍ୟ ଫର୍ମୁଲା, ଆଦିବାସୀ ଅଞ୍ଚଳରେ ବାଇକ ଆମ୍ବୁଲାନ୍ସ - ଆନ୍ଧ୍ର ସରକାରଙ୍କ ନୂଆ ସ୍ବାସ୍ଥ୍ୟ ଯୋଜନା

ଅପହଞ୍ଚ ଇଲାକାରେ ସ୍ବାସ୍ଥ୍ୟସେବାକୁ ସରଳ କରିବାକୁ ଆନ୍ଧ୍ର ସରକାରଙ୍କ ନୂଆ ଯୋଜନା। ଆମ୍ବୁଲାନ୍ସ ବଦଳରେ ବାଇକରେ ଯୋଗାଇ ଦିଆଯିବ ମେଡିକାଲ ସୁବିଧା। ଅଧିକ ଖବର ପଢନ୍ତୁ...

ଜଗନ ସରକାରଙ୍କ ନୂଆ ସ୍ବାସ୍ଥ୍ୟ ଫର୍ମୁଲା, ଆଦିବାସୀ ଅଞ୍ଚଳରେ ବାଇକ ଆମ୍ବୁଲାନ୍ସ

By

Published : Oct 19, 2019, 9:59 AM IST

ଅମରାବତୀ: ଜଗନ ସରକାରଙ୍କ ବଡ ନିଷ୍ପତ୍ତି । ଅପହଞ୍ଚ ଇଲାକାରେ ସ୍ବାସ୍ଥ୍ୟସେବାକୁ ସରଳ କରିବାକୁ ଆରମ୍ଭ କଲେ ନୂଆ ସ୍ବାସ୍ଥ୍ୟ ବ୍ୟବସ୍ଥା । ଏହି ନୂଆ ନିୟମରେ ଆଦିବାସୀ ଓ ପଛୁଆ ବର୍ଗର ଲୋକଙ୍କୁ ଆମ୍ବୁଲାନ୍ସ ବଦଳରେ ବାଇକରେ ଯୋଗାଇ ଦିଆଯିବ ମେଡିକାଲ ସୁବିଧା।

ବିଭିନ୍ନ ସ୍ଥାନରେ କମ୍ୟୁନିଟି ଡାକ୍ତରଖାନା, ଆଞ୍ଚଳିକ ଡାକ୍ତରଖାନା, ଜିଲ୍ଲା ଡାକ୍ତରଖାନା ଡିସେମ୍ବର 2020 ସୁଦ୍ଧା ଶେଷ କରିବାକୁ ସ୍ବାସ୍ଥ୍ୟ ବିଭାଗର ଏକ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ସବୁ ଜିଲ୍ଲାରେ ପ୍ରସୂତି କେନ୍ଦ୍ର ସ୍ଥାପନ ପାଇଁ ଜଗନମୋହନ ସରକାର ପରାମର୍ଶ ଦେଇଛନ୍ତି ।

ସୂଚନା ଅନୁସାରେ, କାନ୍ତି ଭେଲୁଗୁ କାର୍ଯ୍ୟକ୍ରମ ଦ୍ବାରା ଏକ ମାସ ମଧ୍ୟରେ ସମସ୍ତ କଲେଜ ଓ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ ପାଇଛି ।

ସେହିପରି ଥାଲାସେମିଆ ଓ ହେମେଫିଲିଆ, ସିକିଲ ସେଲ ରୋଗୀଙ୍କୁ ମାସିକ 10 ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏଥିପାଇ ରାଜ୍ୟ ସରକାର ମାସିକ 5 ହଜାର ସହ ଦୈନିକ 225 ଟଙ୍କା ଲେଖାଏଁ ଡିସେମ୍ବର 1 ତାରିଖ ଠାରୁ ଆରମ୍ଭ କରି ରୋଗ ଭଲ ହେବା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦେବ।

ପ୍ରକାଶ ଥାଉକି, ଅନ୍ୟ 4ଟି ରୋଗ ପାଇଁ ଜାନୁୟାରୀ 1 ତାରିଖରୁ ମାସିକ 5 ହଜାର ଲେଖାଏଁ ଭତ୍ତା ପ୍ରଦାନ କରାଯିବ । ଏହାସହ ସଡକ ଦୁର୍ଘଟଣାରେ ଆହତ ହେଉଥିବା ବ୍ୟକ୍ତି ବିଶେଷଙ୍କୁ ଚିକିତ୍ସା ସୁବିଧା ଯୋଗାଇବା ପାଇଁ କିଛି ଯୋଜନା ଲାଗୁ କରାଯିବ। ଯାହା ଦ୍ବାରା ଆହତ ବ୍ୟକ୍ତିକୁ ପଇସା ପାଇଁ ଅପେକ୍ଷା କରିବାକୁ ପଡିବନି, ସଙ୍ଗେ ସଙ୍ଗେ ସରକାରଙ୍କ ତରଫରୁ କିଛି ଆର୍ଥିକ ସୁବିଧା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ABOUT THE AUTHOR

...view details