ଅମରାବତୀ: ମୃତ ଯୁବତୀଙ୍କ ପରିବାରକୁ 10 ଲକ୍ଷ କ୍ଷତିପୂରଣ ଘୋଷଣା କଲେ ୱାଇ ଏସ ଜଗନ ମୋହନ ରେଡ୍ଡୀ । ଶନିବାର ବିଶାଖାପାଟଣାରେ ହତ୍ୟା କରାଯାଇଥିବା 17 ବର୍ଷୀୟ ଯୁବତୀଙ୍କ ପରିବାରକୁ 10 ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନ ମୋହନ ରେଡ୍ଡୀ।
ଏଥିସହ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କହିଛନ୍ତି । ଆନ୍ଧ୍ର ଗୃହମନ୍ତ୍ରୀ ମେକାଠୋତି ସୁଚରିତା, ଦିଶା ସ୍ପେଶିଆଲ ଅଧିକାରୀ କ୍ରିତିକା ଶୁକ୍ଲା ଏବଂ ଦୀପିକା ପାଟିଲଙ୍କୁ ପୀଡିତାଙ୍କ ପରିବାରକୁ ଭେଟିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।