ଓଡିଶା

odisha

ETV Bharat / bharat

କୋରୋନା ମୁକ୍ତ ହେଲା ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ

ଦେଶର ପ୍ରଥମ କୋଭିଡ-19 ମୁକ୍ତ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଛି ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ । ମଙ୍ଗଳବାର ସ୍ବାସ୍ଥ୍ୟ ବିଭାଗର ସୂଚନାନୁଯାୟୀ ଏଠାରେ ଗୋଟିଏ ବି ଆକ୍ଟିଭ ମାମଲା ରିପୋର୍ଟ ହୋଇନାହିଁ । ଶେଷ 4 କୋରୋନା ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇସାରିଛନ୍ତି । ଆଣ୍ଡାମାନ ଓ ନିକୋବରରେ ମୋଟ 4,932 କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ 62 ଜଣଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

କୋରୋନା ମୁକ୍ତ ହେଲା ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ
କୋରୋନା ମୁକ୍ତ ହେଲା ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ

By

Published : Feb 3, 2021, 1:08 PM IST

ନୂଆଦିଲ୍ଲୀ: ଧିରେ ଧିରେ କୋରୋନାରୁ ସୁସ୍ଥ ହେଉଛି ଦେଶ । କମୁଛି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା । ସେପଟେ ପୁରା ଦେଶରେ ଟୀକାକରଣ ମଧ୍ୟ ଆରମ୍ଭ ହୋଇଯାଇଛି । ଏତିକି ବେଳେ ଦେଶ ପାଇଁ ଖୁସି ଖବର । ଦେଶର ପ୍ରଥମ କୋଭିଡ-19 ମୁକ୍ତ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଛି ଆଣ୍ଡାମାନ ଓ ନିକୋବର । ମଙ୍ଗଳବାର ସ୍ବାସ୍ଥ୍ୟ ବିଭାଗର ସୂଚନାନୁଯାୟୀ ଏଠାରେ ଗୋଟିଏ ବି ଆକ୍ଟିଭ ମାମଲା ରିପୋର୍ଟ ହୋଇନାହିଁ । ଶେଷ 4 କୋରୋନା ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇସାରିଛନ୍ତି । ଆଣ୍ଡାମାନ ଓ ନିକୋବରରେ ମୋଟ 4,932 କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ 62 ଜଣଙ୍କର ମୃତ୍ୟୁ ଘଟିଛି ।

ଆଣ୍ଡାମାନ ଏବଂ ନିକୋବରରେ ଗତ 6 ଦିନ ମଧ୍ୟରେ ଗୋଟିଏ ବି ସଂକ୍ରମଣ ମାମଲା ଚିହ୍ନଟ ହୋଇନାହିଁ । ଗତ 24 ଘଣ୍ଟା ମଧ୍ୟରେ ସଂକ୍ରମଣ ହେତୁ କୌଣସି ରୋଗୀଙ୍କର ମୃତ୍ୟୁ ହୋଇ ନାହିଁ । ସେପଟେ ମହାରାଷ୍ଟ୍ର, ଓଡିଶା, ଦିଲ୍ଲୀ ଆଦି ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।

ସେପଟେ ମଙ୍ଗଳବାର ଦେଶରେ 11,024 ଟି କୋରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ 5,716 ଟି କେବଳ କେରଳରେ ଚିହ୍ନଟ ହୋଇଥିଲେ । ଅନ୍ୟ ରାଜ୍ୟ ଅପେକ୍ଷା କେରଳରେ ଅଧିକ ମାମଲା ଚିହ୍ନଟ ହେଉଛି ।

ABOUT THE AUTHOR

...view details