ଭୋପାଳ: ମଧ୍ୟପ୍ରଦେଶର ପ୍ରଭାରୀ ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ ପଟେଲ । ମଧ୍ୟପ୍ରଦେଶର ରାଜ୍ୟପାଳ ଲାଲାଜୀ ଟଣ୍ଡନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ଆନନ୍ଦୀବେନ ପଟେଲଙ୍କୁ ମଧ୍ୟପ୍ରଦେଶର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଥିଲା । ପୂର୍ବରୁ ଆନନ୍ଦୀବେନ ମଧ୍ୟପ୍ରଦେଶର ରାଜ୍ୟପାଳ ମଧ୍ୟ ରହିସାରିଛନ୍ତି ।
ବୁଧବାର ଏକ ସାଧାରଣ ସମାରୋହରେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଆନନ୍ଦୀ ବେନଙ୍କୁ ରାଜ୍ୟପାଳ ପଦବୀରେ ଶପଥ ଗ୍ରହଣ କରାଇଛନ୍ତି । ଗୁରୁବାର ମଧ୍ୟପ୍ରଦେଶ ମନ୍ତ୍ରୀ ମଣ୍ଡଳର ସମ୍ପ୍ରସାରଣ ହେବାକୁ ଥିବାବେଳେ ରାଜ୍ୟପାଳ ଆନନ୍ଦୀବେନ ପଟେଲ ସମସ୍ତ ମନ୍ତ୍ରୀଙ୍କୁ ଶପଥ ଗ୍ରହଣ କରାଇବେ ।