ଓଡିଶା

odisha

ETV Bharat / bharat

ସୁପର-30 ଆନନ୍ଦ କୁମାର, ମାତ୍ର 1 ଟଙ୍କାରେ ଇଞ୍ଜିନିୟରିଂ ପରୀକ୍ଷା ପାଇଁ ଦେବେ ତାଲିମ - iit student

ବିହାରର ଆନନ୍ଦ କୁମାର ସୁପର-30 କୋଚିଂ ସେଣ୍ଟର ପାଇଁ ଦେଶ ଓ ଦେଶ ବାହାରେ ପରିଚିତ । ସେ ସର୍ବଦା ଗରିବ ଓ ଆର୍ଥିକ ସ୍ଥିତି ଦୁର୍ବଳ ଥିବା ଆଇଆଇଟି ପାଇଁ ପ୍ରସ୍ତୁତ ହେଉଥିବା ପିଲାମାନଙ୍କୁ ମାଗଣାରେ ତାଲିମ ଦେଇଥାନ୍ତି । ଅଧିକ ପଢନ୍ତୁ...

ସୁପର-30 ଆନନ୍ଦ କୁମାର, ଇଞ୍ଜିନିୟରିଂ ପରୀକ୍ଷା ପାଇଁ ମାତ୍ର 1 ଟଙ୍କା ଫିସ ନେଇ ଦେବେ ତାଲିମ
ସୁପର-30 ଆନନ୍ଦ କୁମାର, ଇଞ୍ଜିନିୟରିଂ ପରୀକ୍ଷା ପାଇଁ ମାତ୍ର 1 ଟଙ୍କା ଫିସ ନେଇ ଦେବେ ତାଲିମ

By

Published : May 28, 2020, 9:39 AM IST

ନୂଆଦିଲ୍ଲୀ: ପୁଣି ଆଉ ଏକ ସ୍ବାଗତଯୋଗ୍ୟ କାର୍ଯ୍ୟ ପାଇଁ ଚର୍ଚ୍ଚାରେ ସୁପର-30 କୋଚିଂର ପ୍ରତିଷ୍ଠାତା ଭାବରେ ବିଖ୍ୟାତ ଆନନ୍ଦ କୁମାର । ଆନନ୍ଦ ସିଏସସି ଇ-ଗଭର୍ନାନ୍ସ ସର୍ଭିସେସ ଇଣ୍ଡିଆ ଲିମିଟେଡ ସହିତ ମିଶି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ମାନଙ୍କୁ ଆଇଆଇଟି-ଜି ପରି ପ୍ରମୁଖ ଇଞ୍ଜିନିୟରିଂ ପରୀକ୍ଷା ପାଇଁ ପ୍ରସ୍ତୁତ କରାଇବେ । ଏଥିପାଇଁ ସେ ମାତ୍ର ଏକ ଟଙ୍କା ନେବେ । ଏନେଇ ବୁଧଭାର ଇ-ଗଭର୍ନାନ୍ସ କମ୍ପାନୀ ଏହି ସୂଚନା ଦେଇଛି।

ବିଶିଷ୍ଟ ଗଣିତଜ୍ଞ ଆନନ୍ଦ କୁମାର ଅନଲାଇନରେ ଏକ ସ୍ୱତନ୍ତ୍ର ମଡ୍ୟୁଲ୍ ସୃଷ୍ଟି କରିବେ ଯାହା ମାଧ୍ୟମରେ ଗରିବ ଛାତ୍ରଛାତ୍ରୀ ମାନଙ୍କୁ ତାଲିମ ଦିଆଯିବ । ଏହା ସହିତ ଏହି ଛାତ୍ରଛାତ୍ରୀମାନେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି-ମିଳିତ ପ୍ରବେଶିକା ପରୀକ୍ଷା (IIT-JEE) ପରୀକ୍ଷାରେ ବସିପାରିବେ ।

ସିଏସସି ଇ-ଗଭର୍ନାନ୍ସ ସର୍ଭିସେସ ଇଣ୍ଡିଆ ସାରା ଦେଶରେ ପ୍ରାୟ 3 ଲକ୍ଷ ସାଧାରଣ ସେବା କେନ୍ଦ୍ରକୁ ସଞ୍ଚାଳିତ କରେ । ଏହି କେନ୍ଦ୍ରଗୁଡିକ ମାଧ୍ୟମରେ ଗ୍ରାମାଞ୍ଚଳ ଏବଂ ଛୋଟ ସହରରେ ଅନେକ ପ୍ରକାରର ସରକାରୀ ସେବା ଯୋଗାଇ ଦିଆଯାଇଥାଏ ।

ଆନନ୍ଦ କୁମାର କହିଛନ୍ତି ଯେ, ସେ ଆଇଆଇଟି-ଜେଇଇ ପରୀକ୍ଷା ପାଇଁ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବା ପିଲାମାନଙ୍କୁ ପ୍ରସ୍ତୁତ କରିଥାନ୍ତି । ସେମାନଙ୍କର 1 ବର୍ଷ ରହିବାର ବ୍ୟବସ୍ଥା ସହ ପଢିବା ପାଇଁ ସମସ୍ତ ସାମଗ୍ରୀ ଏବଂ ଆନନ୍ଦଙ୍କ ମା' ସେମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି ।

ABOUT THE AUTHOR

...view details