ନୂଆଦିଲ୍ଲୀ: ଦେଶରେ କୋରୋନା ସ୍ଥିତି ସାଂଘାତିକ ରହିଛି । ଦେଶରେ ବିଭିନ୍ନ ଜେଲକୁ କୋରୋନା ବ୍ୟାପିବା ରିପୋର୍ଟ ସାମ୍ନାକୁ ଆସିବାରେ ଲାଗିଛି । ଏହିକ୍ରମରେ ରାଜଧାନୀ ଦିଲ୍ଲୀର ମଣ୍ଡୋଲି ଜେଲର ଜଣେ ଅଧିକାରୀ କୋରୋନା ଭାଇରସ୍ ସଂକ୍ରମିତ ରହିଥିବା ରିପୋର୍ଟ ରେକର୍ଡ ହୋଇଛି । ଜେଲ ଅଧିକାରୀ ଗୁରୁବାର ଏହି ସୂଚନା ଦେଇଛନ୍ତି । ମଣ୍ଡୋଲିର ସେଣ୍ଟ୍ରାଲ ଜେଲ ନମ୍ବର 11ରେ ପୋଷ୍ଟ କରାଯାଇଥିବା ଡେପ୍ୟୁଟି ସୁପରିଟେଣ୍ଡେଣ୍ଟ କୋରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି ।
ଜେଲ ଅଧିକାରୀ କହିଛନ୍ତି ଯେ, ଜ୍ବର କାରଣରୁ ଅଧିକାରୀ ମେ 11ରୁ ଛୁଟିରେ ଥିଲେ । ପରେ ଯେତେବେଳେ ସେ କୋରୋନା ଭାଇରସ୍ ପରୀକ୍ଷା କରିଥିଲେ ସେତେବେଳେ ତାଙ୍କ ରିପୋର୍ଟ ପଜିଟିଭ୍ ମିଳିଥିଲା । ଯେଉଁମାନେ ତାଙ୍କ ସହ ଯୋଗାଯୋଗରେ ରହିଛନ୍ତି ସେମାନଙ୍କ ଯାଞ୍ଚ ଜାରି ରହିଛି ।
ଏହାପୂର୍ବରୁ, ତିହାର ଜେଲ ପରିସରରେ ରହିଥିବା ଏବଂ ରୋହିଣୀ ଜେଲରେ ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ ଭାବରେ ପୋଷ୍ଟ ହୋଇଥିବା ଜଣେ ଅଧିକାରୀ ମେ 19 ରେ କୋରୋନା ପଜିଟିଭ୍ ଥିବା ଜଣାପଡିଥିଲା ।