ଅମିତ ଅଗ୍ନିହୋତ୍ରୀ
ବିବାଦୀୟ ନାଗରିକତା ସଂଶୋଧନ ଆଇନ ବିରୋଧରେ ଅନେକ ରାଜ୍ୟ ସରକାର ପ୍ରସ୍ତାବ ପାସ୍ କରାଇଛନ୍ତି । ଏସବୁ ପ୍ରସ୍ତାବର ଆଇନଗତ ବୈଧତା ଅଛି କି ?
ଆଚ୍ଛା, ଏହି ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି ଏବଂ କୋର୍ଟଙ୍କୁ ନିଷ୍ପତ୍ତି ନେବାକୁ ହେବ । କୋର୍ଟ ଯଦି ଆଇନକୁ କାଏମ୍ ରଖନ୍ତି, ତେବେ ଏହି ସବୁ ପ୍ରସ୍ତାବର କାର୍ଯ୍ୟକାରିତା ପ୍ରସଙ୍ଗ ଉଠିବ । ଏହି ସବୁ ପ୍ରସ୍ତାବରେ କେବଳ ଏତିକି କୁହାଯାଇଛି ଯେ, ଭାରତ ସରକାର ନାଗରିକତା ସଂଶୋଧନ ଆଇନର ପୁନର୍ବିଚାର କରିବା ଏବଂ ଏହାକୁ ପ୍ରତ୍ୟାହାର କରିନେବା ଉଚିତ । ସେ ସବୁ ପ୍ରସ୍ତାବ ପୂରାପୂରି ବୈଧ । କିନ୍ତୁ, ଅନ୍ୟ ଯେ କୌଣସି ନ୍ୟାୟିକ ନିର୍ଣ୍ଣୟ ଭଳି ଏହି ପ୍ରସଙ୍ଗ ମଧ୍ୟ ସୁପ୍ରିମକୋର୍ଟଙ୍କ ନିଷ୍କର୍ଷକୁ ଅନୁସରଣ କରିବ ।
ବରିଷ୍ଠ କଂଗ୍ରେସ ନେତା କେନ୍ଦ୍ର ମନ୍ତ୍ରୀ କପିଲ ସିବଲଙ୍କ ସହ ସାକ୍ଷାତ୍କାର ନାଗରିକତା ସଂଶୋଧନ ଆଇନ କ’ଣ ପତନମୁଖୀ ଅର୍ଥନୀତିରୁ କଂଗ୍ରେସର ଧ୍ୟାନ ହଟାଇ ଦେଇଛି କି ?
ନା, ମୁଁ ଭାବୁନାହିଁ ଯେ ନାଗରିକତା ସଂଶୋଧନ ଆଇନ ବିରୋଧୀ ଆନ୍ଦୋଳନ ଯୋଗୁଁ ଅବକ୍ଷୟାଭିମୁଖୀ ଅର୍ଥନୀତି ଉପରୁ ଧ୍ୟାନ ହଟିଯାଇଛି । ତାହା ହିଁ ବାସ୍ତବ ପ୍ରସଙ୍ଗ, ଆଜି ଲୋକେ ଯାହାର ମୁକାବିଲା କରୁଛନ୍ତି । ଲୋକେ ରାଜରାସ୍ତାକୁ ଆସିବାର ଆଂଶିକ କାରଣ ହେଲା ଯେ ସେମାନଙ୍କ ମଧ୍ୟରୁ ଅନେକଙ୍କର ଚାକିରି ନାହିଁ ଏବଂ ଆହୁରି ଅନେକ ଲୋକ ନିଜ ନିଜ ଭବିଷ୍ୟତକୁ ନେଇ ଚିନ୍ତିତ । ଆଉ ସେ ସବୁଠୁ ବଡ଼ ଚିନ୍ତା ହେଲା ଯେତେବେଳେ ଜାତୀୟ ଜନସଂଖ୍ୟା ରେଜିଷ୍ଟର ଆସିବ ଏବଂ ଗଣନାକାରୀମାନେ ପ୍ରତି ଘରକୁ ଯାଇ ପ୍ରଶ୍ନ ପଚାରିବା ଆରମ୍ଭ କରିବେ । ଅତୀତରେ, 2010ରେ ଆମେ ଯାହା ସ୍ଥିର କରିଥିଲୁ, ସେ ସବୁ ସମେତ ଆହୁରି ଅଧିକ ପ୍ରଶ୍ନ କରିବେ । ତେଣୁ ଲୋକେ ଏବେ ସେମାନଙ୍କ ନାଗରିକତାକୁ ନେଇ ଏଥିପାଇଁ ଚିନ୍ତିତ ଯେ ଏ ଅଧିକାର ଏବେ ସେଇ ବ୍ୟକ୍ତିଙ୍କର ରହିଛି, ଯିଏ ଲେମାନଙ୍କ ଘରକୁ ଆସିବେ ଏବଂ ଯାହାଙ୍କର ସେମାନଙ୍କ ନାଁ ପାଖରେ ଲେଖିବାର କ୍ଷମତା ରହିଛି । ଯାହାର ଅର୍ଥ ସେମାନେ ଏକ ଡାଉଟ୍ଫୁଲ କ୍ୟାଟେଗୋରୀ ବା ସନ୍ଦିଗ୍ଧ ବର୍ଗର ନାଗରିକ ପାଲଟି ଯିବେ । ସାଧାରଣତଃ ଜାତୀୟ ଜନଗଣନା ରେଜିଷ୍ଟରରେ ଆପଣ ଗତ ଛଅ ମାସ ହେଲା ରହୁଥିବା ଘରର ଠିକଣା ଦରକାର ହୋଇଥାଏ । କିନ୍ତୁ ଏବେ କେତେକ ଅତିରିକ୍ତ ପ୍ରଶ୍ନ ରହିଥିବାରୁ ଏହାର ପରିଣାମ କ’ଣ ହେବ ବୋଲି ଲୋକେ ଚିନ୍ତାରେ ପଡ଼ିଛନ୍ତି । ଯେମିତି କି ଉତ୍ତର-ପୂର୍ବ ରାଜ୍ୟ ସମୂହରେ ଘଟି ସାରିଲାଣି, ଏହା ଦ୍ବାରା ବହୁ ସମସ୍ୟା ସୃଷ୍ଟି ହୋଇଥିବା ବିଷୟ ଆପଣ ଦେଖିଛନ୍ତି । ଆସାମର ଜାତୀୟ ନାଗରିକତା ରେଜିଷ୍ଟରରୁ ବାଦ ପଡ଼ିଥିବା 19 ଲକ୍ଷ ଲୋକଙ୍କ ମଧ୍ୟରୁ 12 ଲକ୍ଷରୁ ଅଧିକ ହିନ୍ଦୁ ଥିଲେ । କେବଳ ମୁସଲମାନ ହିଁ ଏହି ବର୍ଗରେ ରହିବେ ବୋଲି କେନ୍ଦ୍ର ସରକାର ଭାବିଥିଲେ ।
ଯେମିତି କି ସରକାର ଦାବି କରୁଛନ୍ତି, ନାଗରିକତା ସଂଶୋଧନ ଆଇନ ବିରୋଧୀ ଆନ୍ଦୋଳନ ସବୁ କ’ଣ କେବଳ ସଂଖ୍ୟାଲଘୁ ସଂପ୍ରଦାୟ ଦ୍ବାରା ପରିଚାଳିତ ହେଉଛି ?
ଆସାମର ଜାତୀୟ ନାଗରିକତା ରେଜିଷ୍ଟରରେ 12 ଲକ୍ଷ ହିନ୍ଦୁ ଜଡ଼ିତ ହୋଇଥିବା ବେଳେ କେମିତି ଏହା ସଂଖ୍ୟାଲଘୁଙ୍କ ଦ୍ବାରା ପରିଚାଳିତ ହେବ ? ଆସାମରେ 1600 କୋଟି ଟଙ୍କା ଖର୍ଚ୍ଚ କରି ଏକ ପରୀକ୍ଷଣ କରାଯାଇଥିଲା ଏବଂ ସାରା ଦେଶରେ ଏହି ପରୀକ୍ଷଣ କରାଗଲେ 30,000 କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ହୁଏତ ସଂଖ୍ୟାଲଘୁ ସଂପ୍ରଦାୟ ବାହାରେ ଥିବା ଲକ୍ଷ ଲକ୍ଷ ଲୋକ, ହୁଏତ ଯେଉଁ ଲୋକେ କଂଗ୍ରେସ କି ଅନ୍ୟ ବିରୋଧୀ ଦଳଗୁଡ଼ିକୁ ଭୋଟ ଦିଅନ୍ତି, ସେମାନଙ୍କ ନାଁ ପାଖରେ ଲେଖି ଦିଆଯିବ । ଏହା ଏକ ସଂପୂର୍ଣ୍ଣ ବିଭାଜନକାରୀ କାର୍ଯ୍ୟକ୍ରମ ହୋଇପାରେ ।
ଦିଲ୍ଲୀରେ ସାଂପ୍ରଦାୟିକ ହିଂସା ପୂର୍ବରୁ ଦ୍ବେଷପୂର୍ଣ୍ଣ ଭାଷଣ ଦେଇଥିବା, କିନ୍ତୁ ଏବେ ଖୋଲାରେ ବୁଲୁଥିବା ବରିଷ୍ଠ ବିଜେପି ନେତାମାନଙ୍କ ବିରୋଧରେ ଆପଣ କଡ଼ା ମନ୍ତବ୍ୟ ଦେଇଥିଲେ । ଆପଣଙ୍କ ମତାମତ !
ନିର୍ଦ୍ଦିଷ୍ଟ ଲୋକଙ୍କୁ ଲକ୍ଷ୍ୟରେ ରଖି ଏହି ହିଂସାକାଣ୍ଡ ହୋଇଥିଲା । ଦୁର୍ଭାଗ୍ୟର କଥା ଯେ ଦିଲ୍ଲୀ ପୋଲିସ ଏଥିପ୍ରତି ଆଖି ବୁଜି ଦେଇଛି ଏବଂ ଅନେକ କ୍ଷେତ୍ରରେ ପୋଲିସ ଖୋଲାଖୋଲି ଭାବରେ ଏହା କରିଛି । ମୁଁ ଏମିତି ଅନେକ ଚିତ୍ର ଦେଖିଛି ଯେଉଁଥିରେ ଆହତ ହୋଇ ତଳେ ପଡ଼ିଥିବା ଲୋକଙ୍କୁ ପୋଲିସ ମାଡ଼ ମାରି “ଜନ ଗଣ ମନ” ଗାଇବାକୁ କହୁଛି ଏବଂ ପିଟୁଛି । ମୁଁ ଖୁବ୍ ବିସ୍ମିତ ଯେ ଦ୍ବେଷ ଉଦ୍ରେକକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଏହା ଏକ ଗମ୍ଭୀର ପ୍ରସଙ୍ଗ ଯେ ବିଜେପି ନେତାମାନେ ଘୃଣାଭାବ ଉତ୍ପନ୍ନ କରାଇବାକୁ ଭାଷଣ ଦେଉଛନ୍ତି କିନ୍ତୁ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଏକଥା ସତ ଯେ ପ୍ରଶାସନ କିଛି କରିବାକୁ ଯାଉନାହିଁ । କିନ୍ତୁ ତା ବ୍ୟତୀତ ଅଦାଲତ ବସି ଏହାକୁ ବିଚାରକୁ ନେବା ଦରକାର । ଏହା କରୋନା ଭଳି ଏକ ଭୂତାଣୁ, ଯାହାକି ଏକ ସାଂପ୍ରଦାୟିକ ଭୂତାଣୁ ଏବଂ ଏହାକୁ ଆରମ୍ଭରୁ ନିୟନ୍ତ୍ରଣ କରା ନଗଲେ ଏହା ଚାରିଆଡ଼କୁ ବ୍ୟାପିଯିବାର ଆଶଙ୍କା ରହିଛି । ମୁଁ ଏଥିରେ ଖୁସି ଯେ ଚାରି ସପ୍ତାହ ହେଲା ସ୍ଥଗିତ ରହିଥିବା ଏହି ମାମଲାଗୁଡ଼ିକୁ ତାଲିକାଭୁକ୍ତ କରି ଶୁକ୍ରବାର ଦିନ, କୋର୍ଟ ଯେଉଁଭଳି ଚାହିଁବ ସେହିଭଳି ବିଚାର କରିବାକୁ ଭାରତର ମୁଖ୍ୟ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି । ଏହା ଭାରତୀୟ ଦଣ୍ଡବିଧାନ ଆଇନର 153-ଏ ଧାରାକୁ ଉଲ୍ଲଂଘନ କରୁଛି। ଏଥିରେ କୁହାଯାଇଛି, ଯେ କେହି ଏଭଳି ଦ୍ବେଷପୂର୍ଣ୍ଣ ଭାଷଣ ଦେଲେ ତାଙ୍କ ପ୍ରତି ଦଣ୍ଡବିଧାନ କରାଯାଇପାରିବ। କାହିଁକି ପୋଲି ଗୋଟିଏ ହେଲେ ଏତଲା ଦାୟର କରିନାହିଁ ? କୌତୁହଳର କଥା ଯେ, 69 ଘଣ୍ଟା ପରେ ପ୍ରଧାନମନ୍ତ୍ରୀଙ୍କ ନିଦ ଭାଙ୍ଗିଲା ଏବଂ ତା’ ପରେ ସେ ଶାନ୍ତି ପାଇଁ ନିବେଦନ କଲେ ।
ଏହି ସମଗ୍ର ପ୍ରକରଣରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଭୂମିକାକୁ ଆପଣ କେମିତି ଦେଖୁଛନ୍ତି ?
ଯାହା ମୁଁ ଦେଖିଆସୁଛି, ଆମ ଆଦମୀ ପାର୍ଟି ଏକ ସୁନିୟୋଜିତ ଧାରାରେ ବ୍ୟବହାର ପ୍ରଦର୍ଶନ କରୁଆସୁଛି । ଜେଏନ୍ୟୁରେ ହିଂସାକାଣ୍ଡ ଘଟିଲା ସମୟରେ ସେମାନେ କୌଣସି ସକ୍ରିୟ ପଦକ୍ଷେପ ନେଲେ ନାହିଁ । ଯେତେବେଳେ ଜାମିଆ ବିଶ୍ବବିଦ୍ୟାଳୟରେ ହିଂସାକାଣ୍ଡ ହେଲା, ସେମାନେ ଏକ ଦୂରତା ବଜାୟ ରଖିଲେ । ସେମାନେ ବିଜେପିକୁ ଅନ୍ୟ ଏକ ଉପାୟରେ ବିରୋଧ କରିବାକୁ ଚେଷ୍ଟା କଲେ, ଯାହାକି ମୁଁ ଆଲୋଚନା କରିବାକୁ ଚାହୁଁନାହିଁ । ଯେତେବେଳେ ଦିଲ୍ଲୀରେ ହିଂସା ହେଲା ସେମାନେ କିଛି କରିଲେ ନାହିଂ ଏବଂ ଯେତେବେଳେ ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଗଲେ ସେମାନଙ୍କ ଉପରେ ପାଣି ମାଡ଼ କରାଗଲା । ସେମାନଙ୍କ ଆଚରଣ ପଦ୍ଧତି ପଛରେ ଏକ ଖୁବ୍ ଭୟଙ୍କର ରାଜନୈତିକ ଉଦ୍ଦେଶ୍ୟ ଥିଲା ଭଳି ଦେଖାଯାଏ ।