ଓଡିଶା

odisha

ETV Bharat / bharat

ଚିକିତ୍ସା ପାଇଁ କ୍ଲିନିକରେ ଲାଇନ ଲଗାଇଲା ମାଙ୍କଡ, ଭିଡିଓ ଭାଇରାଲ - ଆହତ ମାଙ୍କଡ କ୍ଲିନିକରେ ପାଇଲା ଚିକିତ୍ସା

ମଣିଷପଣିଆର ସଦ୍ୟ ପ୍ରମାଣ ସ୍ବରୂପ ଏକ ଘଟଣା ଭାଇରାଲ୍ ହୋଇଛି। ଯନ୍ତ୍ରଣା ଭୋଗୁଥିବା ଏକ ମାଙ୍କଡ଼ ନର୍ସିଂହୋମକୁ ଆସି ଚିକିତ୍ସା ପରେ ଫେରିଯାଇଛି। ଏହି ଘଟଣା ଉତ୍ତର କନ୍ନଡ ଜିଲ୍ଲାର ଡାଣ୍ଡେଲି ସହରରେ ଘଟିଛି।

ଆହତ ମାଙ୍କଡ କ୍ଲିନିକରେ ପାଇଲା ଚିକିତ୍ସା , ଭିଡିଓ ଭାଇରାଲ୍
ଆହତ ମାଙ୍କଡ କ୍ଲିନିକରେ ପାଇଲା ଚିକିତ୍ସା , ଭିଡିଓ ଭାଇରାଲ୍

By

Published : Jun 7, 2020, 12:57 PM IST

Updated : Jun 7, 2020, 1:19 PM IST

ବେଙ୍ଗାଲୁର: ଜୀବେ ଦୟା ଉକ୍ତିଟି, କେଉଁଠି ସମ୍ମାନର ସହିତ ପ୍ରତିପାଦିତ ହେଉଛି ତ କେଉଁଠି ମିଛ ବୋଲି ପ୍ରମାଣିତ ହେଉଛି। କେତେକ ଅମାନୁଷିକ ମାନସିକତାରେ ହାତୀ, ଗୋମାତା ଏଵଂ କୁକୁରକୁ ହତ୍ୟା କରୁଛନ୍ତି। ଏଭଳି ଏକ ସମୟରେ ଉତ୍ତର କନ୍ନଡର ଏକ ଚିତ୍ର ମଣିଷପଣିଆକୁ ମହତ୍ ଭାବେ ପ୍ରମାଣିତ କରିଛି। ଯେଉଁଠି ଏ ଦେଶର ହତ୍ୟାକାରୀ ନିରୀହ ଜୀବଙ୍କ ଜୀବନ ନେଉଛି, ଠିକ୍ ସେଇଠି ଆହତ ଜୀବଙ୍କ ଜୀବନ ରକ୍ଷାକର୍ତ୍ତା ସାଜି ପ୍ରଶଂସା ଆପଣାଉଛି।

ଚିକିତ୍ସା ପାଇଁ କ୍ଲିନିକରେ ଲାଇନ ଲଗାଇଲା ମାଙ୍କଡ, ଭିଡିଓ ଭାଇରାଲ

ତେବେ ମଣିଷପଣିଆର ସଦ୍ୟ ପ୍ରମାଣ ସ୍ବରୂପ ଏକ ଘଟଣା ଭାଇରାଲ୍ ହୋଇଛି। ଯନ୍ତ୍ରଣା ଭୋଗୁଥିବା ଏକ ମାଙ୍କଡ଼ ନର୍ସିଂହୋମକୁ ଆସି ନିଜର ଚିକିତ୍ସା ପରେ ପୁଣି ଫେରିଯାଇଛି। ଏହି ଘଟଣା ଉତ୍ତର କନ୍ନଡ ଜିଲ୍ଲାର ଡାଣ୍ଡେଲି ସହରରେ ଘଟିଛି।

ଆହତ ମାଙ୍କଡ କ୍ଲିନିକରେ ପାଇଲା ଚିକିତ୍ସା , ଭିଡିଓ ଭାଇରାଲ୍

ଗତକାଲି ଏକ ମାଙ୍କଡ଼ ଆହତ ଅବସ୍ଥାରେ ଆସି କ୍ଲିନିକ ଦ୍ୱାରରେ ଠିଆ ହୋଇଥିଲା। ମାଙ୍କଡ଼ଟି ତା’ର ପିଠିକୁ ଘଷୁଥିଲା । ଏହି ଘଟଣା ସ୍ଥାନୀୟ ଲୋକମାନେ ଦେଖିବା ପରେ କ୍ଲିନିକ୍ କର୍ମଚାରୀଙ୍କୁ ଜଣାଇଥିଲେ। କ୍ଲିନିକର କର୍ମଚାରୀମାନେ ମାଙ୍କଡ଼ର ଚିକିତ୍ସା କରିଥିଲେ। ଏହି ସମୟ ମଧ୍ୟରେ ମାଙ୍କଡ଼ କେବଳ ବସି ରହିଥିଲା। କାହାକୁ ଅସୁବିଧାରେ ପକାଇ ନଥିଲା। ଚିକିତ୍ସା ପ୍ରତିକ୍ରିୟାରେ ସହଯୋଗ କରିଥିଲା। ଚିକିତ୍ସା ପରେ ମାଙ୍କଡ଼ ସେହି ସ୍ଥାନ ଛାଡି ପଳାଇଲା। ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି ।

Last Updated : Jun 7, 2020, 1:19 PM IST

ABOUT THE AUTHOR

...view details