ଭୋପାଳ: ମଧ୍ୟପ୍ରଦେଶର ଝାବୁଆ ସହରରେ 300 ବିଜେପି କର୍ମୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ପୋଲିସ। ରାଲି କରିବା ସମୟରେ ସହରର ଶାନ୍ତି ଭଙ୍ଗ କରିବା ଅଭିଯୋଗରେ ଏହି ମାମଲା ରୁଜୁ କରାଯାଇଛି। ଯେଉଁମାନଙ୍କ ବିରୁଦ୍ଧରେ ଏହି ମାମଲା ରୁଜ୍ଜୁ କରାଯାଇଛି, ସେମାନଙ୍କ ମଧ୍ୟରେ ରତଲାମ-ଝାବୁଆ ସାଂସଦ ଗୁମାନ ସିଂହ ଡାମୋରଙ୍କ ନାଁ ମଧ୍ୟ ସାମିଲ ରହିଛି।
ରାଲି କରିବା ପଡିଲା ମହଙ୍ଗା: 300 ବିଜେପି ନେତାଙ୍କ ବିରୋଧରେ ମାମଲା ରୁଜୁ - ମଧ୍ୟପ୍ରଦେଶ
ମଧ୍ୟପ୍ରଦେଶର ଝାବୁଆ ସହରରେ 300 ବିଜେପି କର୍ମୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ପୋଲିସ । ରାଲି କରିବା ସମୟରେ ସହରର ଶାନ୍ତି ଭଙ୍ଗ କରିବା ଅଭିଯୋଗରେ ଏହି ମାମଲା ରୁଜୁ କରାଯାଇଛି। ଅଧିକ ପଢନ୍ତୁ...
ସାଂସଦ ଡାମୋରଙ୍କ ନେତୃତ୍ବରେ ବିଜେପି ପକ୍ଷରୁ ଝାବୁଆ ସହରରେ ସଂଶୋଧିତ ନାଗରିକତା ଆଇନ(ସିଏଏ) ସପକ୍ଷରେ ଏକ ରାଲି କରାଯାଇଥିଲା। ଏଥିରେ ବିଜେପିର ଦଳୀୟ ନେତାଙ୍କ ସମେତ ସମର୍ଥକ ମଧ୍ୟ ଯୋଗ ଦେଇଥିଲେ। ପ୍ରଥମେ ସେମାନେ ଏକତ୍ରୀତ ହୋଇ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଏହାପରେ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାଲି କରିଥିଲେ ଓ ମାନପତ୍ର ପ୍ରଦାନ କରିଥିଲେ।
ଏନେଇ ଉପଜିଲ୍ଲାପାଳ ଅଭୟ ସିଂହ ଖରାଡିଙ୍କ କହିବା ଅନୁସାରେ, ବିଜେପି ନେତା ରାଲି କରି ପ୍ରଶାସନିକ ନିୟମର ଉଲଘଂନ କରିଛନ୍ତି । ଏହି ରାଲିରେ ସାଂସଦ ଡାମାରଙ୍କ ସମେତ ପୂର୍ବ ଜିଲ୍ଲା ଅଧ୍ୟକ୍ଷ ମନୋହର ସେଠିୟା, ପୂର୍ବ ବିଧାୟକ ଶାନ୍ତି ଲାଲ ବିଲବାଲ, ପୂର୍ବ ନଗର ପାଳିକା ଅଧ୍ୟକ୍ଷ ଧନାସିଂହ ବରିୟା ଓ ଅନ୍ୟ ନେତାଙ୍କ ବିରୁଦ୍ଧରେ 188 ଧାରା ଅଧିନରେ ମାମଲା ରୁଜୁ କରାଯାଇଛି।