ଓଡିଶା

odisha

By

Published : Mar 8, 2020, 7:59 AM IST

ETV Bharat / bharat

ସ୍ବଚ୍ଛତା ଓ ସଚେତନତାର ନିଆରା ନିଦର୍ଶନ, ଗୁଜୁରାଟର ‘ପ୍ୟାଡ ଦାଦି’

ପ୍ୟାଡ ଦାଦି ଭାବେ ଜଣାଶୁଣା ମୀନା ମେହେତା ନିଜ କ୍ୟାମ୍ପେନ ପାଇଁ ପାଲଟିଛନ୍ତି ସଭିଙ୍କ ପ୍ରିୟ । ସେ ଯେ କେବଳ ସାନିଟାରୀ ନାପକିନ ବାଣ୍ଟନ୍ତି ତାହା ନୁହେଁ, ସେ ଏହାର ବ୍ୟବହାର ମଧ୍ୟ ସଭିଙ୍କୁ ଶିଖାନ୍ତି । ଏଥିରେ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ ଜଣାଇଛନ୍ତି ସ୍ବାମୀ ଅତୁଲ ମେହେତା । ଅଧିକ ପଢନ୍ତୁ...

gujarat's pad dadi, pad dadi meena mehta, example of cleanliness and awareness, womens day, ମହିଳା ଦିବସ, ମୁଁ ନାରୀ, ଗୁଜୁରାଟର ପ୍ୟାଡ ଦାଦି, ପ୍ୟାଡ ଦାଦି ମୀନା ମେହେତା, ସ୍ବଚ୍ଛତା ଓ ସଚେତନତାର ନିଆରା ନିଦର୍ଶନ
ସ୍ବଚ୍ଛତା ଓ ସଚେତନତାର ନିଆରା ନିଦର୍ଶନ, ଗୁଜୁରାଟର ‘ପ୍ୟାଡ ଦାଦି’

ଗାନ୍ଧୀନଗର: ସମାଜରେ ପ୍ରେରଣାର ଉତ୍ସ ଭାବେ କାଳ କାଳ ଧରି ପରଚିତ ହୋଇଆସିଛି ‘ନାରୀ’ । ଏହାର ଏକ ଉଦାହରଣ ପାଲଟିଛନ୍ତି ସୁରଟର ‘ମୀନା ମେହେତା’ ଓରଫ ‘ପ୍ୟାଡ ଦାଦି’ । ଯିଏ ଗତ 7 ବର୍ଷ ଧରି ସୁରଟର ବିଭିନ୍ନ ସରକାରୀ ସ୍କୁଲ ଓ ଅନୂନ୍ନତ ଅଞ୍ଚଳରେ ଝିଅ ଓ ମହିଳାମାନଙ୍କୁ ପ୍ରତିମାସ ବାଣ୍ଟି ଆସୁଛନ୍ତି ସାନିଟାରୀ ନାପକିନ । ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଆରମ୍ଭ ହୋଇଥିବା #sheinspiresus କ୍ୟାମ୍ପେନରେ ପ୍ରକାଶ ପାଇଥିଲା ମୀନାଙ୍କ ମହାନ ସେବା । ଏଥିସହ ‘ମନ୍‌ କି ବାତ’ ଟ୍ବିଟର ହ୍ୟାଣ୍ଡେଲ ଜରିଆରେ ମୀନାଙ୍କୁ ଲକ୍ଷ ଲକ୍ଷ ମହିଳାଙ୍କ ପ୍ରେରଣା ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।

ସ୍ବଚ୍ଛତା ଓ ସଚେତନତାର ନିଆରା ନିଦର୍ଶନ, ଗୁଜୁରାଟର ‘ପ୍ୟାଡ ଦାଦି’

ତେବେ ଏପରି ସେବା ମନୋଭାବ କିପରି ମୀନାଙ୍କ ମନକୁ ଆସିଥିଲା, ସେ ନେଇ ପଚାରିବାରୁ ସେ ବଖାଣିବସିଥିଲେ ଅନ୍ତରର କଥା । ଏକଦା ଜଣେ ଗରିବ ଝିଅଟିଏ ମାସିକ ଋତୁସ୍ରାବ ସମୟରେ ଡଷ୍ଟବିନରୁ ସାନିଟାରୀ ପ୍ୟାଡ ଉଠାଇଥିବା ଦେଖିଥିଲେ ସେ। ଏନେଇ ପଚାରିବାରୁ ଝିଅଟି କହିଥିଲା କି ଅର୍ଥାଭାବରୁ ଏପରି କରିବାକୁ ବାଧ୍ୟ ହେଉଛି । ଝିଅଟିର ଏହି କଥା ସତେ ଯେମିତି ମୀନାଙ୍କ ମନରେ ସୃଷ୍ଟି କରିଥିଲା ଝଡ । ସେବେଠାରୁ ଗରିବ ପରିବାରମାନଙ୍କୁ ସ୍ବଚ୍ଛତା ଦିଗରେ ସଚେତନ କରିବାର ପଣ କରିନେଇଥିଲେ ସେ ।

ପ୍ୟାଡ ଦାଦି ଭାବେ ଜଣାଶୁଣା ମୀନା ମେହେତା ନିଜ କ୍ୟାମ୍ପେନ ପାଇଁ ପାଲଟିଛନ୍ତି ସଭିଙ୍କ ପ୍ରିୟ । ସେ ଯେ କେବଳ ସାନିଟାରୀ ନାପକିନ ବାଣ୍ଟନ୍ତି ତାହା ନୁହେଁ, ସେ ଏହାର ବ୍ୟବହାର ମଧ୍ୟ ସଭିଙ୍କୁ ଶିଖାନ୍ତି । ଏଥିରେ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ ଜଣାଇଛନ୍ତି ସ୍ବାମୀ ଅତୁଲ ମେହେତା । ଆଉ ମୀନାଙ୍କ ସହିତ ମିଶି ବାଣ୍ଟନ୍ତି ସଚେତନତା ବାର୍ତ୍ତା । ପ୍ରାରମ୍ଭିକ ଭାବେ 25 ହଜାର ଟଙ୍କା ଆର୍ଥିକ ସହାୟତା ସହ ମୀନାଙ୍କୁ ସହଯୋଗ କରିଥିଲେ ସ୍ବାମୀ ଅତୁଲ । ଆଉ ସେବେଠାରୁ ଆରମ୍ଭ ହେଲା ଏହ ସଂଘର୍ଷ ।

ବର୍ତ୍ତମାନ ସୁଦ୍ଧା ସେ 4 ଲକ୍ଷଟି ମ୍ୟାଜିକ କିଟ ବାଣ୍ଟି ସାରିଛନ୍ତି । ଯେଉଁଥିରେ ରହିଛି ଗୋଟିଏ ଅନ୍ତଃବସ୍ତ୍ର, ସାନିଟାରୀ ନାପକିନ, ସାମ୍ପୁ ଓ ସାବୁନ । ପ୍ରାଥମିକ ପର୍ଯ୍ୟାୟରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିବାବେଳେ ହାର ନମାନି ଏବେ ଅନ୍ୟଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ମୀନା । ମାନୁନି ଟ୍ରଷ୍ଟ ଅଧିନରେ ଚାଲିଥିବା ଏହି ସମାଜ ସେବା ସାଉଣ୍ଟିଛି ଅନେକ ପ୍ରଶଂସା ।

ମୀନାଙ୍କ ଏହି ପ୍ରୟାସକୁ ସଲାମ କରି ଚଳଚ୍ଚିତ୍ର ଅଭିନେତା ଅକ୍ଷୟ କୁମାର ତାଙ୍କୁ 5 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details