ଓଡିଶା

odisha

ETV Bharat / bharat

ଇଞ୍ଜିନିୟରଙ୍କ ପ୍ଲାଷ୍ଟିକ ବିରୋଧୀ ଲଢେଇ - plastic

ପ୍ଲାଷ୍ଟିକ ବିରୋଧରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରଙ୍କ ଲଢେଇ । ଇଞ୍ଜିନିୟର ହୋଇ ବି ଘର ଘର ବୁଲି ଅଳିଆ ଆବର୍ଜନା ସଂଗ୍ରହ କରୁଛନ୍ତି । ଆଉ ଲୋକଙ୍କୁ ଏସମ୍ପର୍କରେ କରୁଛନ୍ତି ସଚେତନ । ପ୍ଲାଷ୍ଟିକ ବିରୋଧରେ ଚାଲିଥିବା ଅଭିଯାନରେ ଆମର ସ୍ବତନ୍ତ୍ର ଉପସ୍ଥାପନା ।

fight against plastic
ଇଞ୍ଜିନିୟରଙ୍କ ପ୍ଲାଷ୍ଟିକ ବିରୋଧି ଲଢେଇ

By

Published : Jan 26, 2020, 8:53 AM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ହୁବଲିର ଜଣେ ଇଞ୍ଜିନିୟର ପ୍ଲାଷ୍ଟିକ ବିରୋଧରେ କରିଛନ୍ତି ଯୁଦ୍ଧ ଘୋଷଣା । ବିରପ୍ପା ଆରାକେରି, ପେଶାରେ ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିୟର କିନ୍ତୁ ସହରର ଘର ଘର ବୁଲି ଅଳିଆ ଆବର୍ଜନା ସଂଗ୍ରହ କରନ୍ତି । ଆଉ ପ୍ଲାଷ୍ଟିକର ଭୟାବହତା ସମ୍ପର୍କରେ ଲୋକଙ୍କୁ କରନ୍ତି ସଚେତନ । କେବଳ ସେତିକି ନୁହେଁ ପ୍ଲାଷ୍ଟିକ ବଦଳରେ ସେ ଲୋକଙ୍କୁ ଟଙ୍କା ମଧ୍ୟ ଦିଅନ୍ତି ।

ଇଞ୍ଜିନିୟରଙ୍କ ପ୍ଲାଷ୍ଟିକ ବିରୋଧି ଲଢେଇ

ପ୍ରଥମେ ପ୍ରଥମେ ତାଙ୍କର ଏହି କାର୍ଯ୍ୟକୁ ପଡୋଶୀ ନାପସନ୍ଦ କରୁଥିଲେ । ଏପରିକି ଅନେକ ସମୟରେ ଏହି କାର୍ଯ୍ୟ ପାଇଁ ତାଙ୍କର ମଜାକ ମଧ୍ୟ ଉଡାଉଥିଲେ । ସେ ଚାହୁଁଥିବା ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବେ ନାହିଁ ବୋଲି କହୁଥିଲେ । କିନ୍ତୁ ନିଜ ଲକ୍ଷ୍ୟରୁ ବିଚ୍ୟୁତ ହୋଇନଥିଲେ ବିରପ୍ପା । ପରେ ସେ ନିଜ ଲକ୍ଷ୍ୟ ଆଡକୁ ଗତି କରୁଥିବା ଦେଖି ସହଯୋଗର ହାତ ବଢାଇଥିଲେ ପଡୋଶୀ ।

ଏପଟେ ବିରପ୍ପାଙ୍କ କାର୍ଯ୍ୟ ଦେଖି ବହୁ ଗୃହିଣୀ ଆକୃଷ୍ଟ ହୋଇଛନ୍ତି । ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ଏକାଠି କରିବାରେ ଲାଗିପଡିଛନ୍ତି । ନିଜ ଅଞ୍ଚଳକୁ ପ୍ଲାଷ୍ଟିକ ବିପଦରୁ ରକ୍ଷା କରିବା ପାଇଁ ବ୍ୟକ୍ତିଗତ ସ୍ତରରେ କାର୍ଯ୍ୟ ଆରମ୍ଭ କରିଛନ୍ତି ବିରପ୍ପା । ଏହାସହ ଲୋକଙ୍କୁ ପ୍ଲାଷ୍ଟିକ ସମ୍ପର୍କରେ କରୁଛନ୍ତି ସଚେତନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details