ପୋର୍ଟବ୍ଲେୟାର: କୋରୋନା ମହାମାରୀ ମଧ୍ୟରେ ଭୂମିକମ୍ପ ଏକ ବଡ ସମସ୍ୟା ହୋଇ ଦେଶ ପାଇଁ ମୁଣ୍ଡ ଟେକିଛି । ଏହା ମଧ୍ୟରେ ଶୁକ୍ରବାର ଆଣ୍ଡାମାନ ନିକୋବରରେ ପୁଣି ଭୂମିକମ୍ପ ଅନୁଭୂତ ହୋଇଛି । ଶୁକ୍ରବାର ସକାଳ 10.30 ସମୟରେ ଆଣ୍ଡାମାନ ନିକୋବରର 250 କିଲୋମିଟର ପୂର୍ବରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି ।
ପୁଣି ଭୂମିକମ୍ପରେ ଦୋହଲିଲା ଆଣ୍ଡାମାନ ନିକୋବର - ଭୂମିକମ୍ପ
ଶୁକ୍ରବାର ଆଣ୍ଡାମାନ ନିକୋବରରେ ପୁଣି ଭୂମିକମ୍ପ ଅନୁଭୂତ ହୋଇଛି । ଶୁକ୍ରବାର ସକାଳ 10.30 ସମୟରେ ଆଣ୍ଡାମାନ ନିକୋବରର 250 କିଲୋମିଟର ପୂର୍ବରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି ।
ପୁଣି ଭୂମିକମ୍ପରେ ଥରିଲା ଆଣ୍ଡାମାନ ନିକୋବର
ଏହି ଭୂମିକମ୍ପର ରିକ୍ଟର ସ୍କେଲ ତୀବ୍ରତା 4.8 ମାଗ୍ନିଚ୍ୟୁଡ ରେକର୍ଡ କରାଯାଇଛି ବୋଲି ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ସୂଚନା ଦେଇଛନ୍ତି ।
ସେହିପରି ଶୁକ୍ରବାର ଜମ୍ମୁ-କାଶ୍ମୀରର 88 କିମି ଦୂର ପୂର୍ବ କତ୍ରାରେ ଭୂ-କମ୍ପର ଝଟକା ଅନୁଭୂତ ହୋଇଛି । ଶୁକ୍ରବାର ଭୋର 4.55 ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ତେବେ ଭୂମିକମ୍ପ ତୀବ୍ରତା ରେକ୍ଟର ସେଲରେ 3.9 ରେକର୍ଡ କରାଯାଇଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ସେହିପରି ଗତ ଗୁରୁବାର ଦେଶର ତିନୋଟି ସ୍ଥାନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା ।