ନୂଆଦିଲ୍ଲୀ: ଗୁଜୁରାଟ ରାଜକୋଟରେ ଭୂମିକମ୍ପ ଝଟକା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା 4.1 ରହିଥିବା ଭାରତୀୟ ସେସମୋଲୋଜୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଭୂମିକମ୍ପ ପ୍ରଭାବରେ କୌଣସି କ୍ଷୟକ୍ଷତି ନେଇ ଏଯାଏଁ ଖବର ପହଞ୍ଚିନାହିଁ ।
ରାଜକୋଟରେ 4.1 ତୀବ୍ରତାର ଭୂମିକମ୍ପ - ରାଜକୋଟ ଭୂମିକମ୍ପ
ରାଜକୋଟରେ ଭୂମିକମ୍ପର ଝଟକା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା 4.1 । ଅଧିକ ପଢନ୍ତୁ...
ରାଜକୋଟରେ 4.1 ତୀବ୍ରତାର ଭୂମିକମ୍ପ
ଆଇଏସଆର ସୂଚନା ଅନୁଯାୟୀ ମଙ୍ଗଳବାର ଦିନ 3ଟା 49ରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ରାଜକୋଟର ଉପଲେଟା ସହରରୁ 215 କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ର ହୋଇଥିବା ଜଣାପଡିଛି ।
ଭୂମିକମ୍ପ ପ୍ରଭାବରେ ମୃତାହତ କିମ୍ବା କ୍ଷୟକ୍ଷତିର ଖବର କୌଣସି ପୋଲିସ ଷ୍ଟେସନରେ ପହଞ୍ଚିନଥିବା ରାଜକୋଟ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।