ଓଡିଶା

odisha

ETV Bharat / bharat

ଆଣ୍ଡାମାନରେ ଭୂକମ୍ପ: ରିକ୍ଟର ସ୍କେଲରେ ତୀବ୍ରତା 4.8 - earthquake hit andaman islands

ସକାଳ 6.44 ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଆଣ୍ଡାମାନ ଦ୍ବୀପ ଓ ଏହାର ଆଖପାଖ ଅଞ୍ଚଳରେ ଏହି ଭୂକମ୍ପର ପ୍ରଭାବ ଜଣାପଡିଥିଲା।

ପ୍ରତୀକାତ୍ମକ ଫଟୋ

By

Published : Mar 11, 2019, 9:38 AM IST

ଆଣ୍ଡାମାନ: ଆଜି ସକାଳେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଏକ ମଧ୍ୟମ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.8 ରହିଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ ।

ରିପୋର୍ଟ ଅନୁସାରେ ସକାଳ 6.44 ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଆଣ୍ଡାମାନ ଦ୍ବୀପ ଓ ଏହାର ଆଖପାଖ ଅଞ୍ଚଳରେ ଏହି ଭୂକମ୍ପର ପ୍ରଭାବ ଜଣାପଡିଥିଲା । ସୂଚନାନୁସାରେ ଏହାର ତୀବ୍ରତା ରିକ୍ଟର ସ୍କେଲରେ 4.8 ରହିଛି । ତେବେ ଗତବର୍ଷ ଜୁଲାଇ 19ରେ ହୋଇଥିବା ଭୂକମ୍ପ ତୁଳନାରେ ଏହା କମ ପ୍ରଭାବ ରହିଛି ବୋଲି ଜଣାପଡିଛି ।

ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ଭାରତୀୟ ପାଣିପାଗ ବିଭାଗ ସୂଚନାନୁସାରେ ଏହି ଭୂକମ୍ପ ସେତେ ଶକ୍ତିଶାଳୀ ନୁହେଁ । ବିଶେଷତଃ ରିକ୍ଟର ସ୍କେଲରେ 6ରୁ 6.9 ମଧ୍ୟରେ ହୋଇଥିବା ଭୂମିକମ୍ପ ଅଧିକ ପ୍ରଭାବ ପକାଇଥାଏ । କିନ୍ତୁ ଏହା 6 ତଳକୁ ଥିବାରୁ ଏହାକୁ ମଧ୍ୟମ ଧରଣର ବୋଲି ଗ୍ରହଣ କରାଯାଇଛି ।

ABOUT THE AUTHOR

...view details