ଇଟାନଗର: ଅରୁଣାଚଳ ପ୍ରଦେଶରୁ ଭାରତୀୟ ବାୟୁସେନାର ଏଏନ-୩୨ ବିମାନ ନିଖୋଜ । ବିମାନରେ ବାୟୁସେନାର 13 ଜଣ କର୍ମଚାରୀ ରହିଥିବା ସୂଚନା ରହିଛି । ବିମାନଟି ଅରୁଣାଚଳ ପ୍ରଦେଶର ମେଚୁକା ଆଡ୍ଭାନ୍ସ ଲାଣ୍ଡିଂ ଗ୍ରାଉଣ୍ଡ ଠାରେ ଅବତରଣ କରିବାର ଥିଲା । ମାତ୍ର ବିମାନଟି ନିର୍ଦ୍ଧାରିତ ସ୍ଥାନରେ ଅବତରଣ କରିବା ପୂର୍ବରୁ ନିଖୋଜ ହୋଇଯାଇଥିବା ଜାଣିବାକୁ ମିଳିଛି।
ବାୟୁସେନା ବିମାନ ଏଏନ-୩୨ ନିଖୋଜ - Jorhat
ଅରୁଣାଚଳ ପ୍ରଦେଶରୁ ଭାରତୀୟ ବାୟୁସେନା ଏଏନ-୩୨ ବିମାନ ନିଖୋଜ । ବିମାନରେ ବାୟୁସେନାର 13 କର୍ମଚାରୀ ରହିଥିବା ସୂଚନା ରହିଛି ।
ଫାଇଲ ଫଟୋ
ସୂଚନା ଅନୁସାରେ 8 ଜଣ କ୍ରୁ ମେମ୍ବର ଓ 3 ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଜୋରହଟ ବିମାନ ଘାଟିରେ ଦ୍ବିପ୍ରହର 12.25ରୁ ଉଡାଣ ଆରମ୍ଭ କରିଥିଲା । ଏହାପରେ ନିୟନ୍ତ୍ରଣ କକ୍ଷ ସହ ବିମାନ ଚାଳକଙ୍କ ଶେଷ କଥାବାର୍ତ୍ତା ଦିନ 1ଟାରେ ହୋଇଥିଲା । ମାତ୍ର ପରେ ବିମାନ ଚାଳକଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।
ନିଖୋଜ ବିମାନକୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ବାୟୁସେନା । ସର୍ଚ୍ଚ ଅପେରସେନରେ ସୁଖୋଇ-30 ଓ C-130କୁ ନିୟୋଜିତ କରିଛି ବାୟୁସେନା ।