ସିଲଂ: ଗତ 3 ତାରିଖରୁ ନିଖୋଜ ଥିବା ବିମାନ ଏଏନ-32କୁ ଖୋଜି ବାହାର କରିବା ପାଇଁ ବାୟୁସେନା ପକ୍ଷରୁ ଉଦ୍ଧାର ଅଭିଯାନ ଜାରି ରହିଛି । ଗତକାଲି ଅରୁଣାଚଳ ପ୍ରଦେଶର ଲିପା ଉପତ୍ୟାକାରେ ଭାରତୀୟ ବାୟୁସେନାର ଏହି ଯୁଦ୍ଧ ବିମାନର ଅବଶେଷ ମିଳିଥିଲା । ଆସାମର ଜୋରହାଟ ଠାରୁ ଉଡାଣ ଆରମ୍ଭ କରିବା ପରେ ନିଖୋଜ ହୋଇ ଯାଇଥିଲା ।
ଏଏନ-32 ବିମାନ ନିଖୋଜ ଘଟଣା: ବାୟୁସେନା ପକ୍ଷରୁ ଉଦ୍ଧାର ଅଭିଯାନ ଜାରି
ଗତ ସୋମବାର ଠାରୁ ନିଖୋଜ ଥିବା ବାୟୁସେନାର ବିମାନ ଏଏନ-32କୁ ଖୋଜି ବାହାରା କରିବା ପାଇଁ ଉଦ୍ଧାର ଅଭିଯାନ ଜାରି ରହିଛି।
ଏହା ଅରୁଣାଚଳ ପ୍ରଦେଶର ମେଞ୍ଚୁକା ସ୍ଥିତ ଆଡଭାନ୍ସ ଲ୍ୟାଣ୍ଡିଂ ଗ୍ରାଉଣ୍ଡ ଅଭିମୁଖେ ଅଗ୍ରସର ହେଉଥିଲା । ଶେଷଥର ପାଇଁ ଏହି ବିମାନ ସହ ସେହି ଦିନ ମଧ୍ୟାନ୍ନ 1ଟା ବେଳେ ଯୋଗାଯୋଗ ସମ୍ଭବପର ହୋଇ ପାରିଥିଲା । ଆଣ୍ଟୋନଭ-32 ବିମାନ ସହ ବାୟୁସେନାର 13 ଜଣ କର୍ମଚାରୀ ଯାତ୍ରା କରୁଥିଲେ । ସମସ୍ତ କର୍ମଚାରୀ ବିମାନ ସହ ନିଖୋଜ ହୋଇଯାଇଥିବା ଜଣାପଡିଛି ।
ଅରୁଣାଛଲ ପ୍ରଦେଶର ତାତୁର ପେୟମ୍ ଠାରେ ବିମାନ ଆଣ୍ଟୋନଭ-32 ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ଜଣାପଡିବା ପରେ ବାୟୁସେନାର ମାଉଣ୍ଟେନର ସେଠାରେ ପହଞ୍ଚି ସାରିଛନ୍ତି । ସେମାନଙ୍କ ଆହୁରି ଅନ୍ୟାନ୍ୟ କର୍ମଚାରୀଙ୍କ ମଧ୍ୟ ଏଥିରେ ନିୟୋଜିତ କରାଯାଇଛି । ଉଦ୍ଧାର ଅଭିଯାନରେ ଅତ୍ୟାଧୁନିକ ସରଞ୍ଜାମର ବ୍ୟବହାର କରାଯାଉଛି ।