ଓଡିଶା

odisha

By

Published : Jan 7, 2020, 3:25 PM IST

ETV Bharat / bharat

କଥା ରଖିଲେ ଆନ୍ଧ୍ର ସରକାର, ପାଠ ପଢିବାକୁ ଗରିବ ପିଲାଙ୍କୁ ଦେବେ 15 ହଜାର

‘ଆମ୍ମା ଭୋଡି’ ଯୋଜନା ଅନ୍ତର୍ଗତ ଗରିବ ପିଲାଙ୍କୁ ପାଠ ପଢିପାଇଁ ବାର୍ଷିକ 15 ହଜାର ଅର୍ଥ ରାଶି ଦେବ ବୋଲି ଘୋଷଣା କରିଛନ୍ତି ଆନ୍ଧ୍ର ସରକାର।

ଆନ୍ଧ୍ରରେ ମାଗଣା ଶିକ୍ଷା ଆରମ୍ଭ
ଆନ୍ଧ୍ରରେ ମାଗଣା ଶିକ୍ଷା ଆରମ୍ଭ

ଅମରାବତୀ: ଆନ୍ଧ୍ର ପ୍ରଦେଶରେ ଶିକ୍ଷାର ପ୍ରସାର ପାଇଁ ଆଗେଇଛନ୍ତି କ୍ଷମତାସୀନ ଜଗନ ମୋହନ ରେଡ୍ଡୀଙ୍କ ନେତୃତ୍ୱାଧିନ ୱାଇଏସଆରସିପି ସରକାର। ନିର୍ବାଚନ ବେଳେ ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶୃତିକୁ ପୂରଣ କରିଛି ତାଙ୍କ ସରକାର। ଆନ୍ଧ୍ରପ୍ରଦେଶରେ ହୋଇଥିବା 2019 ବିଧାନସଭା ନିର୍ବାଚନ ବେଳେ ୱାଇଏସଆରସିପି ସମସ୍ତ ବିପିଏଲ କାର୍ଡଧାରୀଙ୍କୁ ‘ଆମ୍ମା ଭୋଡି’ ଯୋଜନା ଅନ୍ତର୍ଗତ ବାର୍ଷିକ 15 ହଜାର ଅର୍ଥରାଶି ଦେବ ବୋଲି ଘୋଷଣା କରିଥିଲା । ଏହି ଯୋଜନା ଅନୁସାରେ ଯେଉଁ ମହିଳାଙ୍କ ବିପିଏଲ କାର୍ଡ ରହିଛି ସେମାନଙ୍କ ପିଲାଙ୍କ ପାଇଁ ଉକ୍ତ ଅର୍ଥରାଶି ପ୍ରଦାନ କରାଯିବ । ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢୁଥିବା ପିଲାଙ୍କୁ ପ୍ରତିବର୍ଷ ଏହି ଯୋଜନା ମାଧ୍ୟମରେ ସରକାରୀ ସହାୟତା ଯୋଗାଇ ଦିଆଯିବ।


2019-20 ଆର୍ଥିକ ବର୍ଷରେ ଏହି ନିଷ୍ପତ୍ତି ନେଇଛି ସରକାର। ବିପିଏଲ କାର୍ଡଧାରୀଙ୍କ ପ୍ରତିଟି ପିଲାଙ୍କ ପ୍ରତି ଖର୍ଚ୍ଚ ଉଠାଇବେ ସରକାର। ଆନ୍ଧ୍ର ପ୍ରଦେଶ ସରକାରଙ୍କ ଘୋଷଣା ଅନୁସାରେ, ଉକ୍ତ ଅର୍ଥରାଶି ପ୍ରତିବର୍ଷ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଜମା ହେବ । ଗତ ସପ୍ତାହରୁ ଏହାର କାର୍ଯ୍ୟକାରୀ ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀ କିମ୍ବା ବ୍ୟବସାୟିକ ଶିକ୍ଷା ଅଧିକାରୀ କିମ୍ବା ଆଞ୍ଚଳିକ ଶିକ୍ଷା ଅଧିକାରୀଙ୍କ ଦ୍ବାରା ଏହି ଅର୍ଥରାଶି ପାରିତ ହେବା ପରେ ହିତାଧୀକାରୀଙ୍କ ସେଭିଙ୍କ ଆକାଉଣ୍ଟକୁ ବ୍ୟାଙ୍କ ମାଧ୍ୟମରେ ଅର୍ଥରାଶି ଜମା ହେବ। ଏହା ଜାନୁଆରୀ ଠାରୁ ଲାଗୁ ହୋଇଛି।


ଯୋଜନା ଉପଭୋଗ କରିବା ପାଇଁ ଆନ୍ଧ୍ର ସରକାରଙ୍କ ସର୍ତ ଏପରି:

  • ଏହି ଯୋଜନାଟି ସରକାରୀ ଏବଂ ବେସରକାରୀ ସ୍କୁଲରେ ଲାଗୁ ହୋଇଛି
  • ପିଲାଙ୍କ ଅଭିଭାବକ ବିପିଏଲ କାର୍ଡଧାରୀ ନଚେତ ରାଶନ କାର୍ଡଧାରୀ ହୋଇଥିବା ଆବଶ୍ୟକ
  • ହାଇସ୍କୁଲ ଏବଂ ଜୁନିଅର କଲେଜ ପିଲାଙ୍କ ପାଇଁ ଏହି ସୁବିଧା ରହିଛି
  • ଯେଉଁ ମହିଳା ଆର୍ଥିକ କ୍ଷେତ୍ରରେ ପଛୁଆ, ସେମାନଙ୍କ ପିଲାଙ୍କ ପାଇଁ ଏହି ଯୋଜନା ରହିଛି
  • ହିତାଧିକାରୀ ସ୍କୁଲ ଏବଂ କଲେଜରେ 75 ପ୍ରତିଶତ ଉପସ୍ଥିତ ରହିବା ଜରୁରୀ
  • ସରକାରୀ କର୍ମଚାରୀ ଏବଂ ଆୟକର ଦାତାଙ୍କ ପାଇଁ ଏହି ଯୋଜନା ଉପଲବ୍ଧ ନୁହେଁ
  • ଗାଁଠାରୁ ସହର ପର୍ଯ୍ୟନ୍ତ ବିଜ୍ଞାପନ ମାଧ୍ୟମରେ ଏହି ସବୁ ସର୍ତ୍ତ ଜାରି କରାଯାଇଛି

ABOUT THE AUTHOR

...view details