ଚେନ୍ନାଇ:ଦେଶରେ ଆତଙ୍କ ସୃଷ୍ଟି କରିଛି କୋରୋନା ଭାଇରସ । ଏଣୁ କୋରୋନାକୁ ବ୍ୟାପିବାରୁ ରୋକିବା ପାଇଁ ଦେଶରେ ଲକଡାଉନ ଘୋଷଣା କରାଯାଇଛି । ଏହାମଧ୍ୟରେ ତାମିଲନାଡୁର ଆମ୍ମା କ୍ୟାଣ୍ଟିନ 11 ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଉଥିବା ଗ୍ରେଟର ଚେନ୍ନାଇ କର୍ପୋରେସନ କମିଶନର ଜି ପ୍ରକାଶ ସୂଚନା ଦେଇଛନ୍ତି ।
ତେବେ ଲକଡାଉନ ପରଠାରୁ ଦୋକାନ ବଜାର ଠାରୁ ଆରମ୍ଭ କରି ବିଭିନ୍ନ ଯାନବାହନ ମଧ୍ୟ ବନ୍ଦ ରହିଛି । ଫଳରେ ଦେଶରେ ଗରିବ ଏବଂ ଦିନ ମଜୁରିଆ ଲୋକ ଆସୁବିଧାର ସମ୍ମୁଖୀନ ହେବାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ଲୋକଙ୍କୁ ଆଗୁଆ 3 ମାସର ରାସନ ପ୍ରଦାନ କରିଛନ୍ତି ।