ଓଡିଶା

odisha

ETV Bharat / bharat

ବିହାର ବନ୍ୟା ବିପନ୍ନଙ୍କୁ ୫୧ ଲକ୍ଷ ଦେଲେ ଅମିତାଭ ବଚ୍ଚନ - ବନ୍ୟା ବିପନ୍ନଙ୍କୁ ୫୧ ଲକ୍ଷ ଦାନ କଲେ ଅମିତାଭ ବଚ୍ଚନ

ବିହାର ବନ୍ୟା ପ୍ରପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢାଇଛନ୍ତି ଅମିତାଭ ବଚ୍ଚନ । ବିହାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସେ ୫୧ ଲକ୍ଷ ଟଙ୍କା ଦାନ କରିଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ

By

Published : Oct 9, 2019, 7:56 PM IST

ପାଟନା: ବଲିଉଡର ମହାନାୟକଙ୍କ ମହାନ କାମ । ବିଗବି ପୁଣି ଥରେ ବଡ ହୃଦୟବାନର ପରିଚୟ ଦେଇଛନ୍ତି । ବିହାର ବନ୍ୟା ପ୍ରପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢାଇଛନ୍ତି । ଅମିତାଭ ବଚ୍ଚନ ବିହାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୫୧ ଲକ୍ଷ ଟଙ୍କା ଦାନ କରିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ

ବିଗବି ଏହି ଏହି ସହାୟତା ରାଶି ନିଜ ପ୍ରତିନିଧି ବିଜୟ ନାଥ ମିଶ୍ରଙ୍କ ଦ୍ବାରା ପଠାଇଛନ୍ତି । 51 ଲକ୍ଷର ଚେକ୍‌ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ଗ୍ରହଣ କରିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ

ଏହି ଅର୍ଥ ରାଶି ସହ ବିଗବି ଏକ ଚିଠି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉଦ୍ଦେଶ୍ୟରେ ପଠାଇଛନ୍ତି । ଚିଠିରେ ସେ ବିହାରରେ ଭୟଙ୍କର ବନ୍ୟାରେ ପ୍ରଭାବିତଙ୍କ ପାଇଁ ଦୁଃଖ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଛୋଟ ମାତ୍ର ସହାୟତା ରାଶି ପଠାଇଥିବା ଲେଖିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ

ସହାୟତା ପରେ ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ସମସ୍ତ ବିହାରବାସୀଙ୍କ ପକ୍ଷରୁ ମହାନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ABOUT THE AUTHOR

...view details