ଓଡିଶା

odisha

ଗୃହମନ୍ତ୍ରୀଙ୍କ ସହ ଆଲୋଚନା ଫେଲ୍: ଆଜି ହେବନି ସରକାର-କୃଷକ ବୈଠକ

ଆଜି ହେବନି ସରକାର ଓ କୃଷକଙ୍କ ମଧ୍ୟରେ ବୈଠକ । ସରକାର ଡ୍ରାଫ୍ଟ ଦେବା ପରେ ଏହା ଉପରେ ଆଲୋଚନା କରି ଆଗାମୀ ବୈଠକ ପାଇଁ ନିଷ୍ପତ୍ତି ନେବ କୃଷକ ସଙ୍ଗଠନ । ଅଧିକ ପଢନ୍ତୁ...

By

Published : Dec 9, 2020, 10:19 AM IST

Published : Dec 9, 2020, 10:19 AM IST

Updated : Dec 9, 2020, 11:04 AM IST

ଗୃହମନ୍ତ୍ରୀ
ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ଫେଲ୍‌ ମାରିଛି ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କ ସହିତ କୃଷକନେତାଙ୍କ ବୈଠକ । ମଙ୍ଗଳବାର ରାତିରେ ହୋଇଥିବା ଏହି ବୈଠକ ବିଫଳ ହୋଇଛି । ଫଳରେ ଆଜି ସରକାର ଓ କୃଷକ ସଙ୍ଗଠନଙ୍କ ମଧ୍ୟରେ ହେବାକୁ ଥିବା ଷଷ୍ଠ ପର୍ଯ୍ୟାୟ ବୈଠକକୁ ନେଇ ସଂଶୟ ଦେଖାଦେଇଛି ।

ଗୃହମନ୍ତ୍ରୀଙ୍କ ସହ ଆଲୋଚନା ଫେଲ୍

ତେବେ ସରକାରଙ୍କ ପକ୍ଷରୁ ଏନେଇ କୌଣସି ଖବର ଆସିନାହିଁ । ହେଲେ ଗତକାଲି ଗୃହମନ୍ତ୍ରୀଙ୍କ ସହିତ ବୈଠକ ପରେ କିଛି କୃଷକ ନେତା ବୈଠକରେ ସାମିଲ ହେବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି । ଏହି ନେତାମାନେ କହିଛନ୍ତି ଯେ, ‘ସରକାରଙ୍କ ଲିଖିତ ପ୍ରସ୍ତାବ ଉପରେ ବିଚାର-ବିମର୍ଶ କରିବା ପରେ ହିଁ ଆଗାମୀ ପଦକ୍ଷେପ ଉପରେ ନିଷ୍ପତ୍ତି ନିଆଯିବ ।’

ଗତକାଲି ଗୃହମନ୍ତ୍ରୀ ଅମିତ ଶାହ କିଛି କୃଷକ ସଙ୍ଗଠନର ନେତାଙ୍କ ସହିତ ବୈଠକ କରିଥିଲେ । ଯାହା ମଧ୍ୟରାତ୍ରିରେ ସମାପ୍ତ ହୋଇଥିଲା । ସରକାର ଯେଉଁ ସଂଶୋଧନ କରିବା ସପକ୍ଷରେ ରହିଛନ୍ତି ତାହାକୁ ଲିଖିତ ଆକାରରେ ଦେବେ ବୋଲି ବୈଠକରେ ଅମିତ ଶାହ କହିଥିବା କୃଷକ ନେତା କହିଛନ୍ତି। ସେହିପରି ଏହି ଲିଖିତ ସଂଶୋଧନକୁ ନେଇ ଆମେ ସମସ୍ତ 40 ସଙ୍ଗଠନ ସହ ଆଲୋଚନା କରିବା ପରେ ଆଗାମୀ ବୈଠକରେ ସାମିଲ ହେବା ନେଇ ଫୈସଲା ନେବୁ ବୋଲି ଚାଷୀ ନେତା କହିଛନ୍ତି ।

ଅନ୍ୟପଟେ କୃଷକ ନେତା ଦର୍ଶନ ପାଲ ବୈଠକ ପରେ କହିଛନ୍ତି,‘ ଆସନ୍ତାକାଲି କୌଣସି ବୈଠକ ହେବ ନାହିଁ । ଆମ ପ୍ରସ୍ତାବ ଉପରେ ସରକାର କାଲି ଲିଖିତ ପ୍ରସ୍ତାବ ଦେବେ ।’ ସୂଚନା ଥାଉକି, ଗୃହମନ୍ତ୍ରୀ ଅମିତ ଶାହ 13 ଜଣ କୃଷକ ନେତାଙ୍କୁ ଆଲୋଚନା ପାଇଁ ମଙ୍ଗଳବାର ଡାକିଥିଲେ । ବୈଠକ ରାତି 8ଟାରେ ଆରମ୍ଭ ହୋଇ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ଚାଲିଥିଲା । ତେବେ ଏହି 13 ନେତାଙ୍କ ମଧ୍ୟରୁ ଆଠ ଜଣ ପଞ୍ଜାବରୁ ଥିବାବେଳେ 5 ଜଣ ଦେଶର ଅନ୍ୟ ଅଞ୍ଚଳରୁ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 9, 2020, 11:04 AM IST

ABOUT THE AUTHOR

...view details